www.samajalive.in
Wednesday, December 10, 2025
14.1 C
Bhubaneswar

କଲୋନୀପଡାକୁ  ବିଦ୍ୟୁତ ସଂଯୋଗ ନିମନ୍ତେ ଦାବି

ଗୁଡଭେଲା : ଗୁଡଭେଲା ବ୍ଳକ ରୁଷୁଡା ପଞ୍ଚାୟତ ଅନ୍ତର୍ଗତ ଚାଣ୍ଟିପଦର କଲୋନୀପଡାକୁ ବିଦ୍ୟୁତ ସଂଯୋଗ ନିମନ୍ତେ ଗତ ୮ ତାରିଖ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିକଟରେ ଜଣାଇଥିଲେ । କଲୋନିପଡାରେ ଭୂମିହିନ ମାନଙ୍କୁ ଚିହ୍ନଟ କରି ସରକାର  ୪.୦୦ ଡିସିମିଲ ଲେଖାଏଁ ଜାଗା ପାଇଁ ପ୍ରାୟ ୧୦୯ଟି ପରିବାରକୁ ପଟ୍ଟା ପ୍ରଦାନ କରିଛନ୍ତି ଓ ସେଥିମଧ୍ୟରୁ ୧୩ଟି ପରିବାର ପ୍ରଧାନମନ୍ତ୍ରୀ ଆବାସ ପାଇ ଏଠାରେ ୩ ବର୍ଷ ହେଲା ଘର ତିଆରି କରି ବସବାସ କରି  ଆସୁଛନ୍ତି । ଆହୁରି ମଧ୍ୟ ପ୍ରଧାନ ମନ୍ତ୍ରୀ ଆବାସ ପାଇଲେ ଏଠାରେ ଲୋକ ଘର ତିଆରି କରି ରହିବେ । ପଡାବାସୀ ୨୦୧୯ ମସିହା ରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ବିଦ୍ୟୁତ ସଂଯୋଗ ପାଇଁ ଅନୁରୋଧ କରିଥିଲେ । ଏବଂ ଜିଲ୍ଲାପାଳ ଅନୁରୋଧକୁ ବିଚାର କରି ବିଦ୍ୟୁତ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ ଓ ଗୋଟିଏ ଟ୍ରାନ୍ସଫର୍ମର ମଧ୍ୟ ବସାଇଦେଲେ , କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଖୁଣ୍ଟ ପୋତା ହୋଇ ନାହିଁ କି ତାର ମଧ୍ୟ ଟଣା ହୋଇ ନାହିଁ, ଯାହାଫଳରେ ପଡାର  ପିଲା ଛୁଆମାନଙ୍କ ପାଠପଢ଼ାରେ ଅସୁବିଧା ହେବା ସଙ୍ଗେ ସଙ୍ଗେ ବିଷଧର ସାପ ଓ ଅସାମାଜିକ ବ୍ୟକ୍ତିଙ୍କ ଭୟ ରହିଛି ।
ତୁଷୁରା ବିଦ୍ୟୁତ ବିଭାଗକୁ ବାରମ୍ବାର ଯିବା ସତ୍ତ୍ବେ ମଧ୍ୟ ଏସ୍.ଡି.ଓ ତଥା ବିଦ୍ୟୁତ ବିଭାଗର କର୍ମଚାରୀ ଟେଣ୍ଡରର ଆଳ ଦେଖାଇ ସମୟ ଗଡାଇ ଚାଲିଛନ୍ତି । ଶେଷରେ ପୁଣି ୮ ତାରିଖରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଯଥାଶିଘ୍ର  ବିଦ୍ବୁତ ସଂଯୋଗ କରିବା ପାଇଁ ଅନୁରୋଧ କରିଥିଲେ।ତେବେ ଏହି ବିଷୟରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପଚରାଯିବାରୁ ଏହି ପଡାକୁ ବିଦ୍ୟୁତ ସଂଯୋଗ ପାଇଁ ଫେଡକୋକୁ ଦାୟିତ୍ଵ ଦିଆଯାଇଥିଲା ହେଲେ ସେମାନେ ଠାରେ ଟ୍ରାନସଫରମର ଥିବାରୁ ଏଲଏନଟି ଦ୍ବାରା ଟ୍ରାନସଫରମର ଲାଗାଯାଇଛି ।  ପୁଣି ଫେଡକୋ ସହ କଥା ହୋଇ ଶୀଘ୍ର ବିଦ୍ୟୁତ ସଂଯୋଗ କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories