www.samajalive.in
Tuesday, December 9, 2025
16.1 C
Bhubaneswar

ସଡ଼କ ସୁରକ୍ଷା ସମ୍ପର୍କିତ ‘ରକ୍ଷକ’ ତାଲିମ କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ: ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ତାଲିମ କାର୍ଯ୍ୟକ୍ରମ ରକ୍ଷକ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ସାକ୍ଷୀଗୋପାଳରେ ଅନୁଷ୍ଠିତ ହୋଇଛି। ଏଥିରେ ୪୫ ଜଣ ତାଲିମ ପ୍ରଦାନକାରୀ ଓ ଫାଷ୍ଟ ରେସପଣ୍ତର ଯୋଗ ଦେଇଥିଲେ । ଦୁର୍ଘଟଣାରେ ଆହତ ହେବାର ପ୍ରଥମ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଗଲେ ୫୦ ଭାଗ ମୃତ୍ୟୁ ହ୍ରାସ ପାଇବା ସମ୍ଭାବନା ରହିଛି । ଏଥି ନିମନ୍ତେ ଫାଷ୍ଟ ରେସପଣ୍ତର(ସ୍ବେଚ୍ଛାସେବୀ)ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ, ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି ନିମନ୍ତେ ସହାୟତା କରିବା ପାଇଁ ତାଲିମ ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ଦକ୍ଷତା ବୃଦ୍ଧି ଏବଂ ଗୁଡ ସମରିଟାନ (ସ୍ବେଚ୍ଛାସେବୀ) କାର୍ଯ୍ୟ ପ୍ରତି ଆକୃଷ୍ଟ କରିବା ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦୁର୍ଘଟଣା ଆଶଙ୍କା ଥିବା ସ୍ଥାନ ନିକଟସ୍ଥ ଏବଂ ରାସ୍ତାପାର୍ଶ୍ବରେ ଥିବା ଢାବା, ଗ୍ୟାରେଜ, ଚା ଓ ପାନ ଦୋକାନରେ କାର୍ଯ୍ୟରତ ଏବଂ ସେବା ମନୋବୃତ୍ତି ଥିବା ବ୍ୟକ୍ତି ବିଶେଷଙ୍କୁ ଏହି ତାଲିମ ପ୍ରଦାନ କରାଯାଉଛି । ପୂର୍ବରୁ ଦୁର୍ଘଟଣାରେ ସହାୟତା କରିଥିବା ବ୍ୟକ୍ତିମାନଙ୍କ ନାମ ତାଲିକା ମଧ୍ୟରୁ ସତ୍ୟବାଦୀ ଥାନା ଆରକ୍ଷୀ ନିରୀକ୍ଷକ ଦେବୀ ପ୍ରସାଦ ପାତ୍ର ସୁପାରିଶ କରିଥିବା ବ୍ୟକ୍ତିମାନେ ଏହି ତାଲିମ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ରକ୍ଷକ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ, ଭାରତୀୟ ରେଡକ୍ରସର ଓଡିଶା ଶାଖା ଏବଂ ତାଲିମ ପ୍ରଦାନ କରୁଥିବା ନୂଆଦିଲ୍ଲୀ ସ୍ଥିତ ଜିଆଇଜେଡ ଅନୁଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ହୋଇଛି । ୟୁଥ ରେଡକ୍ରସ ସ୍ବେଚ୍ଛାସେବୀ ଏହି ତାଲିମ ପ୍ରଦାନ କରିଥିବା ବେଳେ ସେମାନଙ୍କ ଦକ୍ଷତା ଯାଞ୍ଚ ନିମନ୍ତେ ଜିଆଇଜେଡ ସଂସ୍ଥାର ମାଷ୍ଟର ଟ୍ରେନର ସାମିଲ ଥିଲେ । ଗୁଡ୍ ସମରିଟାନ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ହଜାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଞ୍ଚ ହଜାର ଟଙ୍କା ପ୍ରୋତ୍ସାହନ ମୂଳକ ରାଶି ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ସମୀର ରଞ୍ଜନ ଦଳାଇ, ମୋଟରଯାନ ନିରୀକ୍ଷକ ଶୁଭେନ୍ଦୁ ରଞ୍ଜନ ରାୟ, ସଡକ ସୁରକ୍ଷା ଅଧିକାରୀ ବାମଦେବ ସାହୁ, ଟ୍ରାଫିକ ସବଇନ୍ସପେକ୍ଟର ସୁଶାନ୍ତ କୁମାର ପାତ୍ର, ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା ଓ ୟୁଥ ରେଡକ୍ରସର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories