www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ଵାଧୀନତା ସଂଗ୍ରାମରେ ବିର୍ସା ମୁଣ୍ଡାଙ୍କ ଯୋଗଦାନ ସଂପର୍କରେ ଆଲୋଚନା

ମୋହନା :  ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏଏଫସି ଫାଉଣ୍ଡେସନ ନୂଆଦିଲ୍ଲୀର ସହଯୋଗ ଓ ଗଜପତି ପ୍ରକଳ୍ପ ଏବଂ ଓଡିଶା ଜୀବିକା ମିଶନ ମୋହନାର ମିଳିତ ଆନୁକୂଲ୍ୟରେ ଜନ ଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । ଏଏଫସି ଫାଉଣ୍ଡେସନର କାର୍ଯ୍ୟକ୍ରମ ସଞ୍ଚାଳକ ନୀଳମାଧବ ବିଶାଲ, ଜିଲ୍ଲା ସଂଯୋଜକ ବାଳକୁଷ୍ଣ ସାହୁ , ଓଡିଶା ଜୀବିକା ମିଶନର ଦେବସ୍ମିତା ଲେଙ୍କା ପ୍ରମୁଖ ଏହି ଦିବସରେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ଦିଗାଲ ସ୍ଵାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ସମାଜ ଗଠନରେ ପ୍ରମୁଖ ଭୂମିଳା ଏବଂ ସ୍ଵାଧୀନତା ଆନ୍ଦୋଳନରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଅବଦାନ ସଂପର୍କରେ ମତବ୍ୟକ୍ତ କହିଥିବା ବେଳେ ଜିଲ୍ଲା ସଂଯୋଜକ ଶ୍ରୀ ସାହୁ ଆଦିବାସୀ ଓ ଗରୀବ ଲୋକମାନଙ୍କ ବିକାଶ ପାଇଁ ଜଙ୍ଗଲ ଅଧିକାର ଆଇନ-୨୦୦୬, ଜନଧନ ଯୋଜନା, ସର୍ବନିମ୍ନ ସହାୟକ ମୂଲ୍ୟ ଆଦି ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଓଡିଶା ଜୀବିକା ମିଶନର ଶ୍ରୀମତୀ ଲେଙ୍କା ମହିଳାମାନଙ୍କ ପାଇଁ ରହିଥିବା ସରକାରୀ ସୁବିଧା ଓ ଫାଇଦା ସଂପର୍କରେ କହିଥିଲେ।ଏହି କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତ ସ୍ତରୀୟ ସଭାପତି, ସମ୍ପାଦିକା, ସିଆର ସଭ୍ୟ, ଏମବିକେ ଏବଂ ସ୍ଵୟଂ ସହାୟିକା ଦଳର ଶତାଧିକ କର୍ମୀ ଯୋଗ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories