www.samajalive.in
Tuesday, December 9, 2025
17.1 C
Bhubaneswar

ତାମିଲନାଡୁ ରେ ଥିବା ଯୁବକ ଖାତାରେ ପଡୁଛି ନରେଗା ଟଙ୍କା

ଗୁଡ଼ଭେଲା : ଗୁଡ଼ଭେଲା ବ୍ଳକ ଅନ୍ତର୍ଗତ ଚିଚେଡ଼ ପଞ୍ଚାୟତରେ ମନରେଗା ଯୋଜନାରେ ଏକ ବଡ ଧରଣର ଅନିୟମିତତା ହୋଇଥିବା  ଅଭିଯୋଗ ହେଉଛି । ଏହି ପଞ୍ଚାୟତର  ତୁର୍ଲା ଗାଁରେ ହେଉଥିବା ମନେରଗା ଯୋଜନାର ପ୍ରକଳ୍ପ ଗୁଡିକରେ ରାଜ୍ୟ ବାହାରକୁ ଦାଦନ ଖଟି ଯାଇଥିବା  ଯୁବକ ମାନେ ଶ୍ରମିକ ସାଜି ଟଙ୍କା ପାଇଥିବା ମାଷ୍ଟର ରୋଲରେ ଦର୍ଶାଇଯାଇଥିବାରୁ ମନରେଗା  ଯୋଜନାରେ କେମିତି ଭାବେ ଦୁର୍ନୀତି ହୋଇଛି ତାହା ସ୍ପଷ୍ଟ ବାରି ହେଉଛି ।  ଏହି ଗାଁର  ଗୋଟିଏ ଗୋଷ୍ଠୀ ମନରେଗା ଯୋଜନାର ଜବ କାର୍ଡ ଗୁଡିକୁ ଜାବୁଡି ଧରି ଏମିତି ଅନିୟମିତତା କରିଥିବା ଜଣାପଡ଼ିଛି। କାମ କରିଥିବା ଶ୍ରମିକ ଟଙ୍କା ଠିକ ସମୟରେ ନ ପାଇବାରୁ ଦାଦନ ଖଟି ବାହାରୁଥିବା ବେଳେ ଦାଦନ ଯାଇଥିବା ଯୁବକ ଶ୍ରମିକ ସାଜି ଟଙ୍କା ପାଉ ଥିବାରୁ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତୁର୍ଲା ଗ୍ରାମର ଖର୍ସେଲ ଡୁଙ୍ଗୁରିରେ ଷ୍ଟ୍ରେନଜ କାମ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୬ ଲକ୍ଷ ୨୩ ହଜାର ଅଟକଳ ପରିମାଣରେ ୨୬୭୦ ଶ୍ରମ ଦିବସ ସୃଷ୍ଟି କରି ୯୫୦ ଜଣ ଶ୍ରମିକକୁ କାମରେ ନିୟୋଜିତ କରିଥିବା ବେଳେ । ଏଥିରେ ଅଣକୁଶଳୀ ଶ୍ରମିକ ଅଂଶ ୫ ଲକ୍ଷ ୭୪ ହଜାର ୫୦ ଟଙ୍କା ଏବଂ କୁଶଳୀ ଶ୍ରମିକ ଅଂଶ ୬ ହଜାର ୩ ଶହ ୧୮ ଟଙ୍କା ସହ ମୋଟ ୫ ଲକ୍ଷ ୮୦ ହଜାର ୩ ଶହ ୬୮ ଟଙ୍କା  ଶ୍ରମିକ ବାବଦକୁ ଖର୍ଚ୍ଚ କରାଯାଇଛି । କିନ୍ତୁ କାମ କରିଥିବା ଶ୍ରମିକ ମାନଙ୍କ ମଧ୍ୟରେ ୫ ଜଣ ୧୬ ବର୍ଷୀୟ ପାଠ ପଢ଼ୁଥିବା ଛାତ୍ରଙ୍କ ବ୍ୟାଙ୍କ ଖାତାରେ ମାଟି ବୋହିଛନ୍ତି ବୋଲି ୯୦ ହଜାର ଟଙ୍କା ପଡିଥିବା ବେଳେ ତାମିଲନାଡୁରେ ଥିବା ନିରୋଦ ଠନାପାତିଙ୍କ ନାରେ ୫୮୦୫ ଟଙ୍କା, ବିନୋଦ  ନାରେ ୧୮ ହଜାର ୭୦୫ ଟଙ୍କା, ଆଟିସ କିଶୋର ଭୋଇଙ୍କ ନାରେ ୧୬ ହଜାର ୫୭୮ ଟଙ୍କା, ଗାଡ଼ି ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା  ତ୍ରିନାଥ ଭୋଇଙ୍କ ନାରେ ୨୭ ହଜାର ଟଙ୍କା ସହ ଗାଁ ର ଅନେକ ଧନୀ ଶ୍ରେଣୀ ର ଲୋକଙ୍କ ନାରେ ମାଟିବୁହା ଟଙ୍କା ପଡିଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ କୁ ନେଇ ଗାଁ ସାଥି ଅଜିତ ଭୋଇଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଅସ୍ବୀକାର କରିଥିବା ବେଳେ  କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁମନ୍ତ ନାୟକଙ୍କୁ ପଚରାଯିବାରୁ ମୁଁ ଏହି ବିଷୟରେ ଜାଣି ନାହିଁ ବୋଲି କହୁଥିବା ବେଳେ କନିଷ୍ଠ ଯନ୍ତ୍ରୀ ଅମରେଶ ମେହେର ପଚରାଯିବାରୁ ମୁଁ ଜଳ ବିଭାଜିକା ବିଭାଗରେ ଯଦି ଏପରି ହୋଇଥିବ ନା ଦିଅନ୍ତୁ ତଦନ୍ତ କରିବି ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories