ମୋହନା: ସ୍ଥାନୀୟ ଥାନା ପୁଲିସ ଏସଆଇ କୁଷ୍ଣଚନ୍ଦ୍ର ମଲ୍ଲିକ ଓ କର୍ମଚାରୀ ମିଳିତ ଭାବେ ରାତ୍ରକାଳୀନ ପାଟ୍ରୋଲିଙ୍ଗ କରୁଥିବା ବେଳେ ଶିକୁଳିପଦର ପଞ୍ଚାୟତ ଅନ୍ତର୍ଗତ ତଲାସିଂ ଗ୍ରାମ ଛକଠାରେ ଏକ ବୋଲେରୋ ଚନ୍ଦ୍ରଗିରି ପଟୁ ଦୃତ ବେଗରେ ଯାଉଥିବା ବେଳେ ସନ୍ଦେହରେ ଗାଡିକୁ ଅଟକାଇଥିଲେ । ଯାଞ୍ଚ କରିବା ବେଳେ ଗାଡି ଭିତରୁ ଗଞ୍ଜେଇ ଭର୍ତ୍ତି ଏକ ବସ୍ତା ଥିବା ଦେଖିବାକୁ ପାଇଥିଲେ। ସହକାରୀ ତହସିଲଦାର ହିମାଂଶୁ ଭୂଷଣ ପୋଲେଇଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତାକୁ ଓଜନ କରିବାରୁ ତାହା ୯୨ କିଲେ। ହୋଇଥିଲା। ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଅଭିଯୁକ୍ତ ଚ୍ଚନ୍ଦ୍ରଗିରିର ପ୍ରତାପ ବୀରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବୋଲେରୋ ଗାଡିକୁ ଜବତ କରାଯାଇଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।
Popular Categories



