www.samajalive.in
Friday, December 12, 2025
15.1 C
Bhubaneswar

ପାଟଣାରେ ବ୍ଲକ ସ୍ତରୀୟ ସମନ୍ୱୟ ମେଳା

ପାଟଣା: ମହିଳାମାନେ ସଶକ୍ତ ହେଲେ, ମହିଳାମାନେ ସ୍ୱାବଲମ୍ବୀ ହେଲେ ରାଜ୍ୟ ଅଧିକ ସମୃଦ୍ଧି ହେବ ବୋଲି ପାଟଣା ବିଧାୟକ ଜଗନ୍ନାଥ ନାଏକ ମତ ରଖିଛନ୍ତି। ବୁଧବାର ପାଟଣା ବ୍ଲକ ସଭାଗୃହରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ସମନ୍ୱୟ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ନାଏକ ଏହି ମତ ରଖିବା ସହ ଉପସ୍ଥିତ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକାମାନଙ୍କୁ ବ୍ୟାଙ୍କମାନଙ୍କ ଦ୍ୱାରା ପ୍ରଦତ୍ତ ଋଣ ମଂଜୁରୀ ପତ୍ର ବଣ୍ଟନ କରିଥିଲେ। ମିଶନଶକ୍ତି ପକ୍ଷରୁ ଓଡିଶା ଜୀବିକା ମିଶନ ବ୍ଲକ ପ୍ରକଳ୍ପ ପରିଚାଳକ ମନୋରଂଜନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସମନ୍ୱୟ ମେଳାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜଗନ୍ନାଥ ନାଏକ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ସିଡିପିଓ ବିଜୟଲକ୍ଷ୍ମୀ ମାରାଣ୍ଡି, ବ୍ୟାଙ୍କ ଅଫ ଇଣ୍ଡିଆ ତୁରୁମୁଙ୍ଗା ଶାଖା ପରିଚାଳକ ବନମାଳୀ ରଣା, ସ୍ୱାମପାଟଣା ଶାଖା ପରିଚାଳକ ସୁବାଶିଷ ବେହେରା, ଚିଲିଦା ଶାଖା ପରିଚାଳକ ସୁବ୍ରତ କୁମାର ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ଋଣ ଅର୍ଥରେ ଉତ୍ପାଦନକାରୀ ପ୍ରକଳ୍ପ କରି ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ କେନ୍ଦେଇପଶି ପକ୍ଷରୁ ୩୦, ଚିଲିଦା ଶାଖା ପକ୍ଷରୁ ୪, ୟୁନିୟନ ବ୍ୟାଙ୍କ ଡୁମୁରିଆ ଶାଖା ପକ୍ଷରୁ ୮, ବ୍ୟାଙ୍କ ଅଫ ଇଣ୍ଡିଆ ତୁରୁମୁଙ୍ଗା ଶାଖା ପକ୍ଷରୁ ୧୭, ସ୍ୱାମପାଟଣା ଶାଖା ପକ୍ଷରୁ ୧୩ ଓ ଚିଲଦା ଶାଖା ପକ୍ଷରୁ ୮ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମିଶାଇ ମୋଟ ୮୦ଟି ଏସଏଚଜିକୁ ୧ କୋଟି ୭୮ ଲକ୍ଷ ୮୦ ହଜାର ଟଙ୍କାର ଋଣ ମଂଜୁରୀ ପତ୍ର ମୁଖ୍ୟ ଅତିଥି ଓ ଅତିଥି ଗଣ ପ୍ରଦାନ କରିଥିଲେ। ଓଡିଶା ଜୀବିକା ମିଶନ ପକ୍ଷରୁ ରାଜୁ ମହାନ୍ତ, ଲେମ୍ବୁଧର ନାଏକଙ୍କ ସହ ୯ ଜଣ ବ୍ୟାଙ୍କ ମିତ୍ର, ୧୦ ଜଣ ଏମ.ବି.କେ, ୨ ଶହ ଏସଏଚଜି ସଦସ୍ୟା କାର୍ଯ୍ୟକ୍ରମରେ ସାମିଲ ଥିଲେ। ବିପିସି ରାଜେଶ କିଣ୍ଡୋ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories