www.samajalive.in
Saturday, December 13, 2025
27.1 C
Bhubaneswar

କର୍ତାରପୁର ସାହିବ କରିଡର ପୁଣି ଖୋଲିଲା

ନୂଆଦିଲ୍ଲୀ: ଚଳିତ ମାସ ୧୯ ତାରିଖରେ ଶିଖ ଧର୍ମ ଓ ଶିଖ ସମୁଦାୟର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ଜୟନ୍ତୀ ପୂର୍ବରୁ ଭାରତ ସରକାର କର୍ତାରପୁର ସାହିବ କରିଡର ପୁନର୍ବାର ଖୋଲିଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଏ ସମ୍ପର୍କରେ ଘୋଷଣା କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ କର୍ତାରପୁର ସାହିବ କରିଡର ଖୋଲିବାକୁ ନିଷ୍ପତ୍ତି ନିଆଯିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶିଖ୍‍ ସମୁଦାୟ ଏବଂ ଏହାର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ପ୍ରତି ରହିଥିବା ଗଭୀର ଭକ୍ତିଭାବନା ପ୍ରତିଫଳିତ ହେଉଛି । କୋଭିହ-୧୯ ମହାମାରୀ କାରଣରୁ ୨୦୨୦ ମାର୍ଚ୍ଚରେ କର୍ତାରପୁର ସାହିବକୁ ଭକ୍ତମାନଙ୍କର ଯାତ୍ରାକୁ ସ୍ଥଗିତ ରଖାଯାଇଥିବାବେଳେ ତାହାକୁ ଗୁରୁ ନାନକ ଦେବଙ୍କର ଶୁକ୍ରବାରଦିନ ଜୟନ୍ତୀ ପୂର୍ବରୁ ପୁନର୍ବାର ଖୋଲି ଦିଆଯାଇଛି । ଏହି କରିଡରକୁ ପ୍ରଧାନମନ୍ତ୍ରୀ ମୋଦି ୨୦୧୯ ନଭେମ୍ବରରେ ଉଦଘାଟନ କରିଥିଲେ । ଏହା ପଞ୍ଜାବର ଗୁରଦାସପୁର ଜିଲାରେ ଥିବା ଡେରା ବାବା ନାନକ ପୀଠ ସହିତ ପାକିସ୍ତାନର ଗୁରୁଦ୍ୱାରା ଦରବାର ସାହିବକୁ ସଂଯୁକ୍ତ କରୁଛି, ଯାହା ଗୁରୁ ନାନକ ଦେବଙ୍କର ଶେଷ ବିଶ୍ରାମ ସ୍ଥଳ । ଏହି କରିଡରକୁ ଉନ୍ମୁକ୍ତ କରାଯିବା ଦ୍ୱାରା ଶ୍ରଦ୍ଧାଳୁମାନେ ଭାରତରୁ ବର୍ଷତମାମ ଦରବାର ସାହିବ କର୍ତାରପୁରକୁ ୪.୫ କିଲୋମିଟର ଦୀର୍ଘ ପଥରେ ଯାତ୍ରା କରିପାରିବେ ଏବଂ ସେଥିପାଇଁ ଭିସା ଆବଶ୍ୟକ ପଡିବ ନାହିଁ ।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories