www.samajalive.in
Friday, December 12, 2025
15.1 C
Bhubaneswar

ରାସ୍ତାକଡ ଚା’ ଦୋକାନାରେ ମିଳୁଛି ମାଗଣା ୱାଇଫାଇ ସୁବିଧା

ସୁନ୍ଦରଗଡ: ବର୍ତ୍ତମାନ ଯୁଗରେ ନିରନ୍ତର ହାଇସ୍ପିଡ ଇଂଟରନେଟ ପ୍ରାୟତଃ ପ୍ରତ୍ୟେକଙ୍କ ପାଇଁ ଏକ ନିତାନ୍ତ ଆବଶ୍ୟକତା ହୋଇପଡିଛି । ସେ ଛାତ୍ର ହୁଅନ୍ତୁ କି କାର୍ଯ୍ୟରତ ବ୍ୟକ୍ତି ଅଥବା ବୟସ୍କ, ସମସ୍ତେ ନିଜର ପ୍ରିୟ ଖବର ଏବଂ ମନୋରଂଜନ କାର୍ଯ୍ୟକ୍ରମ ଦେଖିବାକୁ ହାଇସ୍ପିଡ ଇଂଟରନେଟ ଆବଶ୍ୟକ କରୁଛନ୍ତି । ଓଡ଼ିଶାର ସୁନ୍ଦରଗଡ ସହରର ଜଣେ ଚା’ବିକ୍ରେତା ଆଲୋକ ଚନ୍ଦ୍ର ପାତ୍ର ମଧ୍ୟ ଜିଓଫାଇବରର ସୁବିଧା ନେବାକୁ ପଶ୍ଚାତପଦ ହୋଇନାହାନ୍ତି । ନିଜ ଗ୍ରାହକଙ୍କୁ ପ୍ରଭାବିତ ଓ ସନ୍ତୁଷ୍ଟ କରିବାକୁ ସେ ସୁନ୍ଦରଗଡ ସହରରେ ଥିବା ନିଜର ଅସ୍ଥାୟୀ ଚୋ’ଦୋକାନରେ ଜିଓଫାଇବର ସଂଯୋଗ ନେବା ସହିତ ଗ୍ରାହକଙ୍କୁ ମାଗଣାରେ ୱାଇଫାଇ ସୁବିଧା ଯୋଗାଇ ଦେଉଛନ୍ତି । ସୁନ୍ଦରଗଡର ହସପିଟାଲ ଛକ ନିକଟରେ ରାସ୍ତା କଡରେ ରହିଛି ଆଲୋକଙ୍କର ଲୋକପ୍ରିୟ ‘ପାତ୍ର ଟି ଷ୍ଟଲ’ ନାମରେ ଏହି ଚା’ଦୋକାନ । ସେ ପ୍ରଥମରୁ ଭଲ ଭାବରେ ବୁଝିଥିଲେ ଯେ ନିରବଚ୍ଛିନ୍ନ ହାଇସ୍ପିଡ ବ୍ରଡବ୍ୟାଣ୍ଡ୍‍ ଇଂଟରନେଟ ସଂଯୋଗ ତାଙ୍କ ବ୍ୟବସାୟର ଦ୍ରୁତ ଅଭିବୃଦ୍ଧିରେ ସହାୟକ ହେବ । ଏହାଦ୍ୱାରା ତାଙ୍କ ଗ୍ରାହକମାନେ ସନ୍ତୁଷ୍ଟ ହେବେ ଏବଂ ଏହା ତାଙ୍କ ବ୍ୟବସାୟ ବଢାଇବାରେ ସହାୟକ ହେବ । ସଂପ୍ରତି ହାଇସ୍ପିଡ ଜିଓଫାଇବର ସଂଯୋଗ ନେଇଥିବା ଆଲୋକ ତାଙ୍କ ଚା’ଦୋକାନକୁ ତାଙ୍କର ଗ୍ରାହକଙ୍କ ପାଇଁ ଏକ ମାଗଣା ୱାଇଫାଇ ଜୋନ୍‍ରେ ପରିଣତ କରିଛନ୍ତି ଏବଂ ନିଜର ଗ୍ରାହକଙ୍କୁ ମାଗଣାରେ ହାଇସ୍ପିଡ ଇଂଟରନେଟ ସୁବିଧା ଯୋଗାଇ ଦେଉଛନ୍ତି । ଏହା ତାଙ୍କ ଗ୍ରାହକଙ୍କୁ ଅତ୍ୟନ୍ତ ଖୁସି କରିପାରିଛି ଏବଂ ଖୁବ କମ୍‍ ଦିନ ମଧ୍ୟରେ ତାଙ୍କ ଚା’ଦୋକାନ ସମଗ୍ର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିସହିତ ହାଇସ୍ପିଡ ଇଂଟରନେଟ ସଂଯୋଗ ସହିତ ତାଙ୍କର ଅନେକ ନିୟମିତ ଗ୍ରାହକ ସଂପ୍ରତି ଦୋକାନରେ ଅଧିକ ସମୟ ଅତିବାହିତ କରୁଛନ୍ତି, ଏବଂ ଏହା ତାଙ୍କ ବ୍ୟବସାୟ ବୃଦ୍ଧିରେ ସହାୟକ ହେଉଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories