www.samajalive.in
Friday, December 12, 2025
15.1 C
Bhubaneswar

ରିଲିଜ୍ ହେଲା ଅକ୍ଷୟ-ମାନୁଷୀଙ୍କ ଫିଲ୍ମ ‘ପୃଥ୍ବୀରାଜ’ର ଟିଜର୍‌

ମୁମ୍ବଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଓ ବିଶ୍ବ ସୁନ୍ଦରୀ ମାନୁଷୀ ଛିଲ୍ଲରଙ୍କ ଅଭିନୀତ ଚଳଚ୍ଚିତ୍ର ‘ପୃଥ୍ବୀରାଜ’ର ଟିଜର୍‌ ରିଲିଜ୍‌ ହୋଇଛି। ୟଶରାଜ ଫିଲ୍ମସ୍‌ ପକ୍ଷରୁ ସୋମବାର ଟିଜର୍‌ ଲଞ୍ଚ୍‌ କରାଯାଇଛି। ଏହା ହେଉଛି ମାନୁଷୀଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର।

ଟିଜରରେ ଯୁଦ୍ଧ ମୈଦାନରେ ଅକ୍ଷୟ କୁମାର ନିଜ ସାଥୀ ସୈନିକମାନଙ୍କ ସହ କବଚ ପିନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଛି। ସଞ୍ଜୟ ଦତ୍ତ ମଧ୍ୟ ମୈଦାନରେ ନଜର ଆସିଛନ୍ତି। ଫିଲ୍ମରେ ମାନୁଷୀ ସଂଯୋଗିତା ଭୂମିକାରେ ଅଭିନୟ କରିଛନ୍ତି। ଟିଜରରେ ତାଙ୍କୁ ବଧୂ ରୂପରେ ଦେଖିବାକୁ ମିଳିଛି। ଏଥିସହ ଟିଜର ଭିଡିଓରେ ସୋନୁ ସୁଦ୍‌ଙ୍କ ଝଲକ୍‌ ଦେଖିବାକୁ ମିଳିଛି। ସୋନୁ ମଧ୍ୟ ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

- Advertisement -

ୟଶରାଜ ଫିଲ୍ମସ୍‌ ଦ୍ବାରା ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦେଶନା ଭାର ଡ. ଚନ୍ଦ୍ରପ୍ରକାଶ ଦ୍ବିବେଦୀ ବହନ କରିଛନ୍ତି। ଜାନୁଆରୀ ୨୧ ତାରିଖରେ ‘ପୃଥ୍ବୀରାଜ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories