www.samajalive.in
Saturday, December 13, 2025
21.1 C
Bhubaneswar

ଦେବୋତ୍ଥାନ ଏକାଦଶୀ ; କରନ୍ତୁ ଏହି ଉପାୟ

ଆଜି ହେଉଛି ପବିତ୍ର ଦେବୋତ୍ଥାନ ଏକାଦଶୀ। ଏହି ଦିନ ଉପବାସ କରିବା ସହ ତୁଳସୀ ବିବାହର ବିଶେଷ ମହତ୍ତ୍ୱ ରହିଛି।ଦେବୋତ୍ଥାନ ଏକାଦଶୀ ଦିନ ଭଗବାନ ବିଷ୍ଣୁ ନିଦ୍ରାରୁ ଜାଗ୍ରତ ହୋଇଥାନ୍ତି। ଏଥିରେ ଦେବୀ-ଦେବତାଗଣ ଖୁସି ହୋଇ ଏହି ଦିନ ଦୀପ ଉତ୍ସବ ପାଳନ କରିଥାନ୍ତି। ଏହିଦିନ ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ପାଇବା ପାଇଁ ନିଜ ଘରେ ଦୀପ ଜଳାନ୍ତୁ।ଭଗବାନ ବିଷ୍ଣୁ ଆଷାଢ ଶୁକ୍ଳ ଏକାଦଶୀ ଠାରୁ ଚାରି ମାସ ଯାଏଁ କ୍ଷୀର ସାଗରରେ ଶୟନ କରିଥାଆନ୍ତି। ପୁଣି କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଉଠିଥାଆନ୍ତି। ଏହି ଚାରି ମାସ ଦେବ ଶୟନ କାରଣରୁ ସମସ୍ତ ମାଙ୍ଗଳିକ କାର୍ୟ୍ୟ ବନ୍ଦ ଥାଏ। ଯେଉଁ ସମୟରେ ଭଗବାନ ଦେବ (ଭଗବାନ ବିଷ୍ଣୁ) ଶୟନରୁ ଜାଗ୍ରତ ହୁଅନ୍ତି, ସେବେଠାରୁ ମାଙ୍ଗଳିକ କାର୍ୟ୍ୟ ଆରମ୍ଭ ହୋଇଥାଏ। ଦେବ ଜାଗରଣ କିମ୍ବା ଉତ୍ଥାନ ହୋଇଥିବାରୁ ଏହାକୁ ଦେବୋତ୍ଥାନ ଏକାଦଶୀ କୁହାଯାଏ।

ଏହି କାମ କରିବା ଅନୁଚିତ

- Advertisement -

ଶାସ୍ତ୍ରରେ ସମସ୍ତ ଏକାଦଶୀରେ ଭାତ ଖାଇବାକୁ ବର୍ଜନ କରାଯାଇଛି। ମାନ୍ୟତା ରହିଛି ଯେ, ଏକାଦଶୀ ଦିନ ଭାତ ଖାଇବା ଦ୍ବାରା ମନୁଷ୍ୟ ରୁଗଣ ହୋଇଯାଇଥାଏ। ତେଣୁ ଏହିଦିନ ଭୁଲରେ ମଧ୍ୟ ଭାତ ଖାଆନ୍ତୁ ନାହିଁ।
ଏକାଦଶୀ ବ୍ରତ ଦିନ ଭଗବାନ ବିଷ୍ଣୁଙ୍କ ଆରାଧନା ଓ ତାଙ୍କ ପ୍ରତି ସମର୍ପଣ ଭାବ ରଖିବା ଉଚିତ। ଏହି ଦିନ ଖାଦ୍ୟପେୟ, ନିଜ ବ୍ୟବହାରରେ ସଂଯମ ଓ ସାତ୍ତ୍ବିକତା ପାଳନ କରିବା ଉଚିତ।

ସବୁ ତିଥିରେ ଏକାଦଶୀ ତିଥି ଅତ୍ୟନ୍ତ ଶୁଭ ହୋଇଥାଏ। ଏହିଦିନ ସମସ୍ତ କ୍ଷେତ୍ରରେ ଲାଭ ପାଇବା ପାଇଁ କାହା ପ୍ରତି କଠୋର ଶବ୍ଦର ବ୍ୟବହାର କରନ୍ତୁ ନାହିଁ। କାହା ସହ କଳି ଝଗଡା ମଧ୍ୟ କରନ୍ତୁ ନାହିଁ।

ଏକାଦଶୀ ଦିନ ଭଗବାନଙ୍କୁ ଆରାଧନା କରାଯାଇଥାଏ। ତେଣୁ ଏହି ଦିନ ସକାଳୁ ଶୀଘ୍ର ଉଠିବା ଉଚିତ। ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହେଁ। ଏହାସହ କାହା ଉପରେ ରାଗନ୍ତୁ ନାହିଁ। ମିଥ୍ୟା କଥା କୁହନ୍ତୁ ନାହିଁ।
ଜାଣନ୍ତୁ ତୁଳସୀ ବିବାହ ଓ ଏହାର ମହତ୍ତ୍ୱ-

-ଦେବୋତ୍ଥାନ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ଶାଳଗ୍ରାମ ରୂପରେ ତୁଳସୀଙ୍କ ସହ ବିବାହ କରିଥାନ୍ତି। ତେଣୁ ଏହି ଦିନରେ ତୁଳସୀ ପୂଜା କରିବାର ବିଶେଷ ମହତ୍ତ୍ବ ରହିଛି।
ଭଗବାନ ବିଷ୍ଣୁଙ୍କ ସ୍ୱରୂପ ଶାଳଗ୍ରାମ ସହ ଦେବୀ ବୃନ୍ଦାବତୀ (ତୁଳସୀ)ଙ୍କ ବିବାହ ହୋଇଥାଏ। ତୁଳସୀ ଦଳ ପ୍ରଭୁଙ୍କୁ ଅର୍ପଣ କଲେ ଖୁବ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
ତୁଳସୀ ଚଉରାକୁ ଭଲ ଭାବେ ବିଭିନ୍ନ ସାମଗ୍ରୀ ଓ ଫୁଲରେ ସଜାଇ ଦିଅନ୍ତୁ।
ତୁଳସୀ ଚଉରାର ଚାରି ପାଖରେ ଆଖୁ ରଖି ମଣ୍ଡପ ଭଳି ପ୍ରସ୍ତୁତ କରନ୍ତୁ।
ତୁଳସୀଙ୍କ ଉପରେ ଲାଲ ରଙ୍ଗର ଓଢଣୀ ରଖନ୍ତୁ। ଲାଲ ଚୂଡ଼ି ଓ ବିଭିନ୍ନ ଶୃଙ୍ଗାର ଦ୍ରବ୍ୟ ଅର୍ପଣ କରନ୍ତୁ। ପୂଜାର ସମସ୍ତ ବିଧି କରନ୍ତୁ।
ଭଗବାନ ଶାଳଗ୍ରାମଙ୍କ ମୂର୍ତ୍ତି ସିଂହାସନ ସହ ତୁଳସୀଙ୍କ ଚାରିପାଖରେ ପରିକ୍ରମା କରନ୍ତୁ। ଆଳତୀ କରି ସମସ୍ତ ପୂଜା ବିଧି ପାଳନ କରନ୍ତୁ।
ଶୀଘ୍ର ବିବାହ ପାଇଁ କରନ୍ତୁ ଏହି ଉପାୟ –
ଲାଲ କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।
ପ୍ରଭୁ ଶାଳଗ୍ରାମଙ୍କୁ ହଳଦିଆ ରଙ୍ଗର ଆସନରେ ବସାଇ ଚନ୍ଦନ ଅର୍ପଣ କରନ୍ତୁ।
ଏହାପରେ ପ୍ରଭୁଙ୍କ ସମ୍ମୁଖରେ ତୁଳସୀଙ୍କୁ ରଖି ପୂଜା କରନ୍ତୁ। ପୂଜା ପରେ ଆଳତୀ କରି ଶୀଘ୍ର ବିବାହ ହେବା ପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories