www.samajalive.in
Tuesday, December 9, 2025
16.1 C
Bhubaneswar

ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ଦ୍ୱାରା କେଏଲ ଡିମ୍‍ଡ-ଟୁ-ବି ୟୁନିଭରସିଟିର ୧୦୦ କୋଟି ଟଙ୍କା ବୃତ୍ତି ଯୋଜନା ଶୁଭାରମ୍ଭ

ଭୁବନେଶ୍ୱର: ସ୍ନାତକ ଏବଂ ଉଚ୍ଚଶିକ୍ଷା ପାଇଁ ଦେଶରେ ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବରେ ସୁପରିଚିତ କେଏଲ୍‍ ଡିମ୍‍ଡ-ଟୁ-ବି ୟୁନିଭରସିଟି ପ୍ରଯୁକ୍ତି କ୍ଷେତ୍ରରେ କ୍ୟାରିୟର କରିବାକୁ ଲକ୍ଷ୍ୟ ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ କେଏଲ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ୨୦୨୨ (କେଏଲଇଇଇ-୨୦୨୨) ତାରିଖ ଘୋଷଣା କରିଛି । ପରୀକ୍ଷାଗୁଡିକ ୨୦୨୨ ଜାନୁଆରୀ ୨୭, ୨୮ ଓ ୨୯ ତାରିଖରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଭିନ୍ନ ସମୟରେ ନିର୍ଦ୍ଧାରଣ କରାଯାଉଥିବା ସୁରକ୍ଷା ନିୟମାବଳୀକୁ ସୁନିଶ୍ଚିତ କରାଯାଇ ଅନ୍‍ଲାଇନରେ ଅନୁଷ୍ଠିତ ହେବ । କେଏଲଇଇଇ-୨୦୨୨ ଓଡ଼ିଶା ବିଧାନସଭାର ସମ୍ମାନନୀୟ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏଥିରେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ କୋଟି ଟଙ୍କାର ବୃତ୍ତି ପ୍ରଦାନ ବ୍ୟବସ୍ଥା ରଖାଯାଇଛି । ଏହି ମେଧାବୃତ୍ତି ଆର୍ଥିକ ଦୁର୍ବଳ ପୃଷ୍ଠଭୂମିରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବ । ଏ ସମ୍ପର୍କରେ ବିସ୍ତୃତ ଭାବରେ ଘୋଷଣା କରି କେଏଲ୍‍ ଡିମ୍‍ଡ ଟୁ ବି ୟୁନିଭରସିଟିର ଡାଇରେକ୍ଟର ଅଫ ଆଡ଼ମିଶନ ଡଃ. ଜେ ଶ୍ରୀନିବାସ ରାଓ କହିଛନ୍ତି, ବୃତ୍ତି ପ୍ରଚଳନ ପଛରେ ଆମର ଲକ୍ଷ୍ୟ କେବଳ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱୀକୃତି ପ୍ରଦାନ କରିବା ନୁହେଁ, ତାହାସହିତ ବିନା ଆର୍ଥିକ ବୋଝରେ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ହାସଲ କରିବା ଦିଗରେ ସମର୍ଥ କରାଇବା ମଧ୍ୟ ରହିଛି । ସେଥିମଧ୍ୟରୁ ୩୫ କୋଟି ଟଙ୍କା କେଏଲଇଇଇ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିବାବେଳେ ଜେଇଇରେ ୯୬ ପ୍ରତିଶତ ଏବଂ ତଦୁର୍ଦ୍ଧ୍ୱ ନମର ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୩୦ କୋଟି ଟଙ୍କା, ଇଣ୍ଟର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ୧୫ କୋଟି ଟଙ୍କା ଏବଂ ମ୍ୟାନେଜମେଣ୍ଟ, ବିଜ୍ଞାନ ଓ ହ୍ୟୁମାନିଟିଜ ଛାତ୍ରଛାତ୍ରୀଙ୍କ ପାଇଁ ୨୦ କୋଟି ଟଙ୍କାର ବୃତ୍ତି ଅନ୍ତର୍ଭୁକ୍ତ ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories