www.samajalive.in
Friday, December 5, 2025
20.1 C
Bhubaneswar

କଳିଙ୍ଗନଗର ଶିଳ୍ପାଞ୍ଚଳରେ ମାଡ଼ିଗଲା ଟ୍ରକ୍‌, ୩ ପଥଚାରୀ ମୃତ

ଦାନଗଦି: ବଜାର ସାରି ଶ୍ରମିକ କଲୋନୀକୁ ଫେରୁଥିବା ୪ଜଣ ସହକର୍ମୀଙ୍କୁ ଧକ୍କାଦେଇ ଏକ ଦଶ ଚକିଆ ଟ୍ରକ୍‍ ମାଡିଯିବାରୁ ୩ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଜଣେ କର୍ମଚାରୀଙ୍କୁ ଗୁରୁତରଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ରାତି ପ୍ରାୟ ୯ଟା ୧୫ ସମୟରେ କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ଟାଟା କାରଖାନାର ୪ନମ୍ବର ଫାଟକ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କାରଖାନା ସଂଲଗ୍ନ ଶିଳ୍ପାୟନର ଗୋପବନ୍ଧୁ ମାର୍ଗରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଖବର ମୁତାବକ ଟାଟା କାରଖାନାରେ ଜୁସ୍କୋ ଠିକାସଂସ୍ଥା ଅଧୀନରେ ରଶ୍ମିରଞ୍ଜନ ବିଲଡର୍ସ ନାମକ ଠିକାଦାରଙ୍କ ପାଖରେ କାର୍ଯ୍ୟ କରୁଥିବା କେନ୍ଦ୍ରାପଡାର ତପନ ସେଠୀ (୨୦), ଚଣ୍ଡିଖୋଲର
ବଳରାମ ଜେନା (୨୧), ରାଜେନ୍ଦ୍ର (୧୯) ଏବଂ କେନ୍ଦ୍ରାପଡାର ଚନ୍ଦନ ନାୟକ (୨୨) ବଜାର ସାରି ବିଆରପିଏଲ୍‍ ଛକ ପଟରୁ କଲୋନୀକୁ ଯାଉଥିବାବେଳେ ପଛରୁ ଦ୍ରୁତଗତିରେ ଯାଉଥିବା ଏକ ୧୦ଚକିଆ ଟ୍ର୍ରକ ସେମାନଙ୍କ ଉପରେ ମାଡି ଯାଇଥିଲା। ତପନ, ବଳରାମ ଏବଂ ରାଜେନ୍ଦ୍ରଙ୍କୁ ଟ୍ରକଟି ଘୋଷାଡି ନେବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଟ୍ରକ ମାଡରେ କିଛି ଦୂରକୁ ଛିଟିକି ପଡିବାରୁ ଚନ୍ଦନ ନାୟକ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ କଳିଙ୍ଗନଗର ପୁଲିସ ପହଞ୍ଚି ୩ଟିଯାକ ମୃତଦେହ ଏବଂ ଆହତଙ୍କୁ ତୁରନ୍ତ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଶ୍ରମିକମାନେ କାରଖାନା ଫାଟକ ସମ୍ମୁଖ ଗୋପବନ୍ଧୁ ମାର୍ଗକୁ ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିକରି ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। କ୍ଷତିପୂରଣ ଘୋଷଣା ହେବାଯାଏ ରାସ୍ତା ଅବରୋଧ ଜାରି ରହିବ ବୋଲି ଉତ୍ତ୍ୟକ୍ତ ଲୋକେ ଜିଦ୍‍ ଧରିଥିବାବେଳେ କଳିଙ୍ଗନଗର ଆଇଆଇସି ରାଜେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ପୁଲିସ ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories