www.samajalive.in
Saturday, December 6, 2025
15.1 C
Bhubaneswar

ବ୍ଲାକରୋଜ୍‍ ବୁଡ଼ିକୁ ଆଜି ୯ବର୍ଷ ପୂରିଲା, ଫିଟୁନି ରହସ୍ୟ

ଜଗତସିଂହପୁର/ପାରାଦ୍ୱୀପ: ପାରାଦ୍ୱୀପ ବନ୍ଦରଠାରୁ ଅନତି ଦୂର ସମୁଦ୍ରରେ ବହୁ ଚର୍ଚ୍ଚିତ ମଙ୍ଗୋଲିଆ ମାଲପରିବହନକାରୀ ଜାହାଜ ବ୍ଳାକ୍‍ରୋଜ ବୁଡ଼ି ଘଟଣାକୁ ସୋମବାର ପୂରିଛି ୯ବର୍ଷ। ତଥାପି ଫିଟୁନି ଗୁମର। ଜାହାଜ ବୁଡ଼ି ପଛରେ ଥିବା ରହସ୍ୟ ଓ ଜାହାଜକୁ ନେଇ ବିଭିନ୍ନ ଅସମାହିତ ପ୍ରଶ୍ନର ଉତ୍ତର ଏବେ ବି ମିଳିନି। ବିଳମ୍ବରେ ହେଲେ ବି ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ଏହାର ତଦନ୍ତ ରିପୋର୍ଟ ଆସିଲେ ରହସ୍ୟ ଉପରୁ ପରଦା ଉଠିବା ଆଶା କରାଯାଉଛି ।
୦୯/୦୯/୨୦୦୯ ଏଭଳି ତିନିଟି ୯ର ସମାହାରକୁ ନେଇ ଆସିଥିବା ଏହି ଦିନଟି ପାରାଦ୍ୱୀପ ବନ୍ଦର ପାଇଁ ଥିଲା ଏକ କଳାଦିନ। ଏହି ଦିନରେ ହିଁ ବୁଡ଼ି ଯାଇଥିଲା ବ୍ଲାକରୋଜ। ଜାହାଜ ବୁଡ଼ି ସହ ଏହାର ନାବିକ ତଥା ୟୁକ୍ରେନ୍‍ ନାଗରିକ ଆଲେକଜାଣ୍ଡାରଙ୍କର ମଧ୍ୟ ଘଟିଥିଲା ସଲିଳ ସମାଧି। ପରେ ଜାହାଜରୁ ତେଲ ନିର୍ଗତ ହୋଇ ସାମୁଦ୍ରିକ ପରିବେଶକୁ ନଷ୍ଟ କରୁଥିବାରୁ ଜାହାଜରୁ ତେଲ କାଢିବା ପାଇଁ ବନ୍ଦର କର୍ତ୍ତୃପକ୍ଷ ଖର୍ଚ୍ଚ କରିଥିଲେ ୧୮ କୋଟି ଟଙ୍କା। ଜାହାଜରେ ଭର୍ତ୍ତି
ହୋଇଥିବା ଲୁହାପଥର ଏବେ ବି କଢାଯାଇନି। ପାରାଦ୍ୱୀପ ବାଲିଯାତ୍ରା ପଡିଆରେ ଛିଡା ହୋଇ ସମୁଦ୍ରକୁ ଦେଖିଲେ ଜାହାଜର ଉପର ଭାଗ ଆଜି ବି ଦେଖାଯାଉଛି।
ଜାହାଜ ପଛରେ ଅନେକ କଳା କାରନାମା ଲୁଚି ରହିଥିବା ଅଭିଯୋଗ ହୋଇଆସୁଛି। ଜାହାଜଟିର କାଗଜପତ୍ର ଜାଲ୍‍ ଥିଲା। ବୀମା ବି ନକଲି ଥିଲା। ନକଲି କାଗଜପତ୍ରରେ ଜାହାଜଟି ଭାରତର ସମୁଦ୍ରକୁ ଥରେ ନୁହେଁ ଏକାଧିକ ବାର କୁଆଡେ ପ୍ରବେଶ କରି ଚୋରାରେ କୁଆଡେ ପର୍ଯ୍ୟାପ୍ତ ଲୁହାପଥର ବିଦେଶକୁ ବୋହି ନେଇଥିବା ଅଭିଯୋଗ ହୋଇଥିଲା। ଏମିତି କାରବାର ଭିତରେ କିଛି ନେତା ଓ ସଂସ୍ଥାକୁ କୋଟିପତି କରିଦେଇଥିଲା। ହେଲେ ଦୁର୍ଘଟଣା ପରେ ହିଁ ବ୍ଲାକ୍‌ରୋଜ୍‌ର ଚର୍ଚ୍ଚିତ କାହାଣୀ ପଦାକୁ ଆସି ସାଧାରଣରେ ସୃଷ୍ଟି କରିଥିଲା ଏକାଧିକ ପ୍ରଶ୍ନ। ରାଜନୀତି ଲାଗି ଯୋଗାଇଥିଲା ଗୁରୁତ୍ବପୂର୍ଣ୍ଣ ତଥା ସ୍ପର୍ଶକାତର ପ୍ରସଙ୍ଗ। ଜାହାଜରେ କ୍ଷମତା ତଥା ଅନୁମତିଠାରୁ ଅଧିକ ପରିମାଣର ଓଦା ଲୁହାପଥର ବୋଝେଇ ହେବାରୁ ଜାହାଜଟି ଗୋଟିଏ ପଟକୁ ଢଳିବାରୁ ବୁଡ଼ିଗଲା ବୋଲି କୁହାଯାଉଛି। ଜାହାଜ ବୁଡ଼ି ପରେ ମାଲିକ ସି.କକ୍‍ଙ୍କୁ ଗିରଫ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବା ଚର୍ଚ୍ଚା ହୋଇଥିଲା। ହେଲେ ଜାହାଜର ମାଲିକଙ୍କୁ ଧରିବା ତ ଦୂରର କଥା, ଏଯାଏ ଠାବ ମଧ୍ୟ କରାଯାଇପାରିନି। ଜାଲ୍‍ କାଗଜପତ୍ରରେ କୋଟିକୋଟି ଟଙ୍କା ଲୁଟ୍‍ କରିଥିବା ଏହି ଜାହାଜର ମାଲିକ ଏବଂ ଜାହାଜ ସହ ସଂପୃକ୍ତ ବ୍ୟବସାୟୀ ଓ ଚୋରାବେପାରୀ ଆଜି ବି ଅନାୟାସରେ ବୁଲୁଛନ୍ତି।
ନିକଟରେ ପାରାଦ୍ୱୀପ ବିଧାୟକ ଡା.ଦାମୋଦର ରାଉତ ମଧ୍ୟ ବ୍ଲାକରୋଜ ଜାହାଜ ବୁଡ଼ି ପ୍ରସଙ୍ଗ ଉଠାଇ ଜଣେ ରାଜନେତାଙ୍କୁ ନିଶାଣ କରିଥିଲେ। ହେଲେ ଦାମ ବାବୁଙ୍କ କଥାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ନଥିଲେ। ବିଜେଡ଼ିର ତୁଣ୍ଡ ଦାମ ବାବୁଙ୍କ ବ୍ଲାକରୋଜ ଟିପ୍ପଣୀ କେବଳ ଗଣମାଧ୍ୟମର ଏକ ଶିରୋନାମାରେ ସୀମିତ ରହିଲା। ତେବେ ଘଟଣାକୁ ନେଇ ହାଇକୋର୍ଟରେ ମାମଲା ଚାଲିଥିଲା। କେନ୍ଦ୍ରରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବନ୍ଦରର ପୂର୍ବତନ ଦୁଇ ଟ୍ରଷ୍ଟି ପ୍ରତାପ ମିଶ୍ର ଓ ଭୁବନମୋହନ ଜେନା ଏହି ପ୍ରସଙ୍ଗ ଉଠାଇ ଘଟଣା ପଛରେ ବହୁ ରହସ୍ୟ ଥିବା ଅଭିଯୋଗ କରିଥିଲେ। ସିବିଆଇ ତଦନ୍ତ ପାଇଁ ଦୁଇ ଟ୍ରଷ୍ଟିଙ୍କ ଦାବି ପରେ ବନ୍ଦର କର୍ତ୍ତୃପକ୍ଷ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ପତ୍ର ଲେଖିଥିଲେ। ଫଳରେ ସିବିଆଇ ତଦନ୍ତ ନିର୍ଦେଶ ଗତ କିଛିମାସ ହେଲା ଦିଆଯାଇଛି। ହେଲେ ସିବିଆଇ ତଦନ୍ତରେ ବିଶେଷ ତତ୍ପରତା ପ୍ରକାଶ ପାଇନି। ଏକ ଅଦୃଶ୍ୟ ଶକ୍ତିର ଚାପରେ ବ୍ଳାକରୋଜ ବୁଡି ଘଟଣା ପଛରେ ଥିବା ରହସ୍ୟକୁ ଚାପି ଦେବାକୁ ଉଦ୍ୟମ ହେଉଛି ବୋଲି ଅଭିଯୋଗ ଉଠିଲାଣି। ଚାହୁଁଚାହୁଁ ୯ବର୍ଷ ବିତିଲାଣି, ଆଉ ଦିନ କେଇଟା ପରେ ସମସ୍ତେ ବ୍ଲାକରୋଜ ପଛରେ ଥିବା କଳା କାହାଣୀକୁ ଭୁଲିଯିବେ। ଯଦି ସିବିଆଇ ତଦନ୍ତ ନିରପେକ୍ଷ ହୁଏ ତାହାହେଲେ ବ୍ଲାକରୋଜ ଅନେକଙ୍କୁ କାରାଗାରର ଦୁଆର ଦେଖାଇବ ବୋଲି ବୁଦ୍ଧିଜୀବୀଙ୍କ ମତ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories