www.samajalive.in
Sunday, December 14, 2025
19.1 C
Bhubaneswar

ନୀରଜଙ୍କ ସହ ୧୨ ଜଣଙ୍କୁ ଖେଳରତ୍ନ, ୩୫ ଜଣଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ‌ଚଳିତବର୍ଷର ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ଶନିବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି। ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୨ ଜଣଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଏବଂ ୩୫ ଜଣ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି। ଏହାସହ ଦ୍ରୋଣାଚାର୍ଯ୍ୟ ଏବଂ ଜୀବନବ୍ୟାପୀ କୃତିତ୍ବ ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ଜୀବନବ୍ୟାପୀ ଅବଦାନ ପାଇଁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଦେଶର ୨ୟ ବ୍ୟକ୍ତିଗତ ଅଲିମ୍ପିକ୍‌ସ ସ୍ବର୍ଣ୍ଣପଦକ ବିଜେତା ତଥା ଦୌଡ଼କୁଦରେ ଭାରତର ପ୍ରଥମ ଅଲିମ୍ପିକ୍‌ସ ସ୍ବର୍ଣ୍ଣପଦକ ବିଜେତା ଜାଭେଲିନ୍ ଫିଙ୍ଗାଳୀ ନୀରଜ ଚୋପ୍ରା ଓ ପ୍ରଥମ ଓଡ଼ିଆ ଭାବେ ଟୋକିଓ ପାରାଲିମ୍ପିକ୍‌ସ ସ୍ବର୍ଣ୍ଣପଦକ ବିଜେତା ପ୍ରମୋଦ ଭଗତ ମଧ୍ୟ ଖେଳରତ୍ନ ପୁରସ୍କାର ପାଇଛନ୍ତି। ପ୍ରଥମ ଥର ଗୋଟିଏ ବର୍ଷ ସର୍ବାଧିକ ୧୨ ଜଣ ଖେଳରତ୍ନ ପୁରସ୍କାର ପାଇଛନ୍ତି।

ଟୋକିଓ ଅଲିମ୍ପିକ୍‌ସରେ କୁସ୍ତିରେ ରୌପ୍ୟପଦକ ଜିତିଥିବା ରବି ଡାହିୟା, ଅଲିମ୍ପିକ୍‌ସରେ କାଂସ୍ୟପଦକ ଜିତିଥିବା ମହିଳା ମୁଷ୍ଟିଯୋଦ୍ଧା ଲଭ୍‌ଲିନା ବର୍ଗୋହାଇଁ, ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ଗୋଲ୍‌ରକ୍ଷକ ପି.ଆର୍. ଶ୍ରୀଜେଶ, ଭାରତୀୟ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ, ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ମିତାଲି ରାଜ୍‌ ଏବଂ ଟୋକିଓ ପାରାଲିମ୍ପିକ୍‌ସରେ ପଦକ ଜିତିଥିବା କ୍ରିଷ୍ଣା ନାଗର, ଜାଭେଲିନ୍‌ରେ ସ୍ବର୍ଣ୍ଣପଦକ ଜିତିଥିବା ସୁମିତ ଆଣ୍ଟିଲ, ସୁଟିଂରେ ସ୍ବର୍ଣ୍ଣପଦକ ଜିତିଥିବା ଅବନୀ ଲେଖାରା ଓ ମନୀଷ ନରୱାଲ। ଖେଳରତ୍ନ ପୁରସ୍କାର ବିଜେତାଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ପ୍ରତିବର୍ଷ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ଦିବସରେ ରାଷ୍ଟ୍ରପତି ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଥାଆନ୍ତି। ତେବେ ଟୋକିଓ ଅଲିମ୍ପିକ୍‌ସ ଓ ପାରାଲିମ୍ପିକ୍‌ସରେ ପଦକ ବିଜେତାଙ୍କୁ ଏହି ପୁରସ୍କାର ଦେବା ପାଇଁ ଏହାକୁ ଘୁଞ୍ଚାଇ ଦିଆ ଯାଇଥିଲା। ମୋଟ ୩୫ ଜଣ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଅଲିମ୍ପିକ୍‌ସରେ କାଂସ୍ୟପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ୧୮ ଜଣ ସଦସ୍ୟଙ୍କ ମଧ୍ୟରୁ ୧୬ ଜଣ ଅଛନ୍ତି। ଅର୍ଜୁନ ପୁରସ୍କାର ବିଜେତା ୧୫ ଲକ୍ଷ ଟଙ୍କା ଲେଖାଏଁ ପାଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories