www.samajalive.in
Sunday, December 14, 2025
19.1 C
Bhubaneswar

ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ସମ୍ବନ୍ଧରେ ଲୋକଙ୍କୁ ସଚେତନ କଲେ ବିଧାୟକ

କଲମପୁର: କେହି ଗରୀବ ବ୍ୟକ୍ତି ଟଙ୍କା ଅଭାବରୁ ନିଜ ନିଜ ରୋଗର ଚିକିତ୍ସା କରାଇବାରୁ ବଂଚିତ ନହେଉ। ଅଥବା କେହି ବ୍ୟକ୍ତି ନିଜ ରୋଗର ଚିକିତ୍ସା ପାଇଁ ଜମି, ସୁନା ଅଳଙ୍କାର ବନ୍ଧକ ଦେଇ ଋଣ ଗ୍ରସ୍ଥ ନହେଉ। ଏହି ଉଦ୍ଦେଶ୍ୟ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ। ଏହି କାର୍ଡ ମାଧ୍ୟମରେ ଗୋଟିଏ ପରିବାର ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପାଇଁ ସହାୟତା ପାଇ ପାରିବେ, ଯଦି ପରିବାରର ମହିଳା ସଦସ୍ୟ ହେଇଥାନ୍ତି ତେବେ ଏହା ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳି ପାରିବ। ତେଣୁ ଏହି ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରତ୍ୟେକ ଗରୀବ ପରିବାର ଉପକୃତ ହେଇ ପାରିବେ। ଏନେଇ ଶନିବାର ଧର୍ମଗଡ ବିଧାୟକ ମୌଷଧିବାଗ କଲମପୁର ବ୍ଲକ ଅଧିନସ୍ଥ କୋଟାଗାଁ ଓ ଖଣ୍ଡିଡଙ୍ଗରୀଗୁଡା ଠାରେ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇଥିଲେ।

ଏହି କାର୍ଡ ଦ୍ୱାରା ରାଜ୍ୟର ୨ଶହ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବ୍ୟବସ୍ଥା ରହିଥିବା ବିଧାୟକ ଶ୍ରୀ ବାଗ ଦର୍ଶାଇଥିଲେ। ଏପରିକି ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ମିତ୍ର ନିୟୋଜିତ ହେଇଛନ୍ତି। ଏହାସହ ଉଭୟ ଗ୍ରାମର କିଛି ହିତାଧିକାରୀଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରିଥିଲେ। ଏହି ସଭାରେ ବି.ଡି.ଓ ପ୍ରସନ୍ନ କୁମାର ପଟେଲ, ଗୋଷ୍ଠୀ ପ୍ରଗତି ସହାୟକ ଲକ୍ଷ୍ମଣ ହରିଜନ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories