www.samajalive.in
Saturday, December 13, 2025
26.1 C
Bhubaneswar

ଗୋପାଳପୁର ସମୁଦ୍ରରେ ଭାସି ଯାଉଥିବା ବେଳେ ମା ଓ ପୁଅ ଉଦ୍ଧାର

ଗୋପାଳପୁର: ଗୋପାଳପୁର ସମୁଦ୍ରରେ ଶନିବାର ସକାଳ ସମୟରେ ଭାସି ଯାଉଥିବା ବେଳେ ଦୁଇ ପର୍ଯ୍ୟଟକ ମା ଓ ପୁଅଙ୍କୁ ବେଳାଭୂମିରେ ନିୟୋଜିତ ରହିଥିବା ଲାଇଫ ଗାର୍ଡ ଉଦ୍ଧାର କରିଥିବା ଜଣାପଡିଛି। ଉଦ୍ଧାର ହୋଇ ଥିବା ମା ଓ ପୁଅ ହେଲେ ମୁମ୍ବାଇ ଆଆରୋଲି ଅଞ୍ଚଳର ଡଲି ଖାଙ୍ଗାରେ ଓ ପୁଅ ଅର୍ଣବ ଖାଙ୍ଗାରେ ବୋଲି ଜଣାପଡିଛି। ଆଜି ସକାଳେ ଗୋପାଳପୁରର ହୋଟଲ ସ୍ବସ୍ତି ପାମ ରିସୋର୍ଟରେ ରହୁଥିବା ମୁମ୍ବାଇର କିଛି ପର୍ଯ୍ୟଟକ ସମୁଦ୍ରରେ‌ ଗାଧୋଉ ଥିବା ସମୟରେ ଜୁଆର ପ୍ରଭାବରେ ଚାରି ଜଣ ପର୍ଯ୍ୟଟକ ଭାସି ଯାଇଥିଲେ।

ଏହି ସମୟରେ ବେଳାଭୂମିରେ ଡ୍ୟୁଟିରେ ନିୟୋଜିତ ରହିଥିବା ଲାଇଫ ଗାର୍ଡ ଜି.ଜଗନ୍ନାଥ ତୁରନ୍ତ ସମୁଦ୍ର ସ୍ରୋତରୁ ପ୍ରଥମେ ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ସମୟରେ ଅନ୍ୟ ଦୁଇ ଜଣ ମା ଓ ପୁଅ ସମୁଦ୍ର ସ୍ରୋତରେ ଦୂରକୁ ଭାସି ଯାଇଥିଲେ। ଜଗନ୍ନାଥଙ୍କ ପକ୍ଷରୁ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ପରିଶ୍ରମ କରି ମା ଓ ପୁଅଙ୍କୁ ଉଦ୍ଧାର କରି ପାରିଥିଲେ। ପ୍ରାଥମିକ ସ୍ବାସ୍ଥ୍ୟ ସେବା ପ୍ରଦାନ ପରେ ଉଭୟ ସୁସ୍ଥ ଅନୁଭବ କରିବା ପରେ ସେମାନଙ୍କୁ ତାଙ୍କ ପରିବାରର ଜିମା ଦିଆଯାଇଥିଲା। ସୂଚନା ଯୋଗ୍ୟ ଯେ ଗତ କିଛି ମାସ ହେବ ଜଣେ ମାତ୍ର ତାଲିମ ପ୍ରାପ୍ତ ଲାଇଫ ଗାର୍ଡ ବେଳାଭୂମିରେ ନିୟୋଜିତ ରହିଥିବା ବେଳେ ସମାଜ ଖବର କାଗଜରେ ଲାଇଫ ଗାର୍ଡ ନେଇ ଏକ ଖବର ପରିବେଷଣ କରାଯାଇଥିଲା। ଏହା ମଧ୍ୟରେ ଆଉ ଜଣେ ତାଲିମ ପ୍ରାପ୍ତ ଲାଇଫ ଗାର୍ଡକୁ ବେଳାଭୂମିରେ ଡ୍ୟୁଟିରେ ନିୟୋଜିତ କରାଯାଇଛି।

- Advertisement -

ଏବେ ସକାଳ ସମୟରେ ଜଣେ ଓ ଅପରାହ୍ନରେ ଜଣେ ଲେଖାଏଁ ତାଲିମ ପ୍ରାପ୍ତ ଲାଇଫ ଗାର୍ଡ ବେଳାଭୂମିରେ ନିୟୋଜିତ ରହିଛନ୍ତି। କିନ୍ତୁ ବେଳାଭୂମିରେ ଦୁଇଜଣ ଲେଖାଁଏ ତାଲିମ ପ୍ରାପ୍ତ ଲାଇଫ ଗାର୍ଡ ରହିଲେ ହିଁ ସମୁଦ୍ର ରେ ଭାସି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାରେ ସୁବିଧା ହେବ ବୋଲି ଜଣାପଡିଛି। ଅନ୍ୟ ପଟେ ବେଳାଭୂମିରେ ଥିବା ପୁଲିସ ଏଡ ପୋଷ୍ଟରେ ପର୍ଯ୍ୟଟକଙ୍କୁ ସମୁଦ୍ର ରେ ଭାସି ଯାଉଥିବା ସମୟରେ ଉଦ୍ଧାର ନିମନ୍ତେ କେବଳ ୨/୩ଟି ଟିୟୁବ ଓ ଦଉଡ଼ି ରହିଥିବା ବେଳେ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ନଥିବାରୁ ଅନେକ ସମୟରେ ବୁଡି ଯାଉଥିବା ପର୍ଯ୍ୟଟକ ଏବଂ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଉଥିବା ପର୍ଯ୍ୟଟକଙ୍କୁ ବେଳାଭୂମି ଉପରକୁ ଆଣିବା ଓ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାରେ ଅନେକ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି। ଏଣୁ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories