www.samajalive.in
Sunday, December 14, 2025
18.1 C
Bhubaneswar

ଦୁଲୁକିଲା ଡଃ ରାଧାନାଥ ରଥ ମଞ୍ଚ, ‘ସମାଜ’ ସମ୍ବଲପୁର ସଂସ୍କରଣର ‘ନୂଆଁଖାଇ ଭେଟ୍‌ଘାଟ’

ସମ୍ବଲପୁର: ଉତ୍କର୍ଷର ୧୦୨ ବର୍ଷ ପୂର୍ତ୍ତି ଅବସରରେ ‘ସମାଜ’ ସମ୍ବଲପୁର ସଂସ୍କରଣ ପକ୍ଷରୁ ଶନିବାର ସନ୍ଧ୍ୟାରେ ସମ୍ବଲପୁର ମୁଦିପଡ଼ାସ୍ଥିିତ ଡଃ ରାଧାନାଥ ରଥ କମ୍ୟୁନିଟି ସେଣ୍ଟରରେ ‘ନୂଆଁଖାଇ ଭେଟ୍‌ଘାଟ୍‌’ ଆୟୋଜିତ ହୋଇଯାଇଛି। ଗୁରୁ ମୋହିତ ସ୍ବାଇଁଙ୍କ ‘ଲହରୀ’ ଅନୁଷ୍ଠାନର ଢାପ୍‌ ଓ ଡାଲଖାଇ ନୃତ୍ୟରେ ଦୁଲୁକିଲା ମଞ୍ଚ। କଣ୍ଠଶିଳ୍ପୀ ପଦ୍ମିନୀ ଦୋରାଙ୍କ ଗୀତରେ ଝୁମିଲେ ଦର୍ଶକ। ତା’ସହିତ ‘ସମ୍ବଲଶ୍ରୀ ଫେସନ’ ପକ୍ଷରୁ ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ସମ୍ବଲପୁରୀ ହସ୍ତତନ୍ତ ଓ ବାନ୍ଧକଳାର ପୋଷାକ ପରିଧାନ କରି ଯୁବକ ଯୁବତୀମାନେ କଲେ ଫେସନ ଶୋ’। ସଂଯୋଜନା କରିଥିଲେ ତର୍ପଣ ପ୍ରଧାନ ଓ ସୁଶ୍ରୀ ପାଣିଗ୍ରାହୀ। ସମ୍ବଲପୁର ସହରର ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗ ତଥା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଲୋକସେବକ ମଣ୍ଡଳର ସମ୍ପାଦକ ତଥା ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡଃ ପ୍ରଭାସ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ନିକଟରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ‘ପଦ୍ମଶ୍ରୀ’ରେ ପୁରସ୍କୃତ ହୋଇଥିବା ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ଗୀତିକାର ମିତ୍ରଭାନୁ ଗୌନ୍ତିଆ ମୁଖ୍ୟଅତିଥି ଏବଂ ସମ୍ବଲପୁରର ଝିଅ ତଥା ପଶ୍ଚିମ ଓଡ଼ିଶାର ପ୍ରଥମ ଆଇପିଏସ ଅଧିକାରୀ ସାରା ଶର୍ମା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଡାକ୍ତର ନାରାୟଣୀ ପଣ୍ଡାଙ୍କୁ ତାଙ୍କ ସେବା ଓ ତ୍ୟାଗ ପାଇଁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଡା. ପଣ୍ଡା ସମ୍ବର୍ଦ୍ଧନାର ଉତ୍ତରରେ ଅଞ୍ଚଳବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଛି ଏବଂ ଏହା ଜାରି ରଖିବା ସହ ଆଗକୁ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବି ବୋଲି କହିଥିଲେ। ପ୍ରାରମ୍ଭରେ ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିବାବେଳେ ଶେଷରେ ସମ୍ବଲପୁର ସଂସ୍କରଣର ସହକାରୀ ଶାଖା ପରିଚାଳକ ସଦାଶିବ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ମା’ ସମଲେଶ୍ବରୀ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେବାସହ ଦୀପ ପ୍ରଜ୍ବଳନ କରାଯାଇଥିଲା।

- Advertisement -

ମୁଖ୍ୟବକ୍ତା ଏସପି ଶ୍ରୀମତୀ ଶର୍ମା ନୂଆଁଖାଇକୁ ମାଟିର ପର୍ବ ଏବଂ ଭାଇଚାରାର ପର୍ବ ବୋଲି କହିବା ସହ ବ୍ୟକ୍ତିକୈନ୍ଦ୍ରିକ ଜୀବନରେ ଏହି ପର୍ବ ସମସ୍ତଙ୍କୁ ଏକାଠି କରିପାରିଛି ବୋଲି କହିଥିଲେ। ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ତାଙ୍କ ବକ୍ତବ୍ୟରେ ସମ୍ବଲପୁରୀ ସାହିତ୍ୟ ଉପରେ ୬୦ ବର୍ଷର ଯାତ୍ରା ତାଙ୍କୁ ଏହି ପଦ୍ମ ପୁରସ୍କାର ଆଣିଦେଲା ବୋଲି କହିଥିଲେ। ସମ୍ବଲପୁରୀ ଭାଷା ମା’ ସମଲେଶ୍ବରୀଙ୍କ ଭାଷା। ମା’ଙ୍କୁ ଭରସା କରି ଲେଖି ଚାଲିଛି। ଆକାଶବାଣୀ ସକାଶେ ଗୀତିକବିତା, ନାଟକ ଆଦି ସମ୍ବଲପୁରୀ ଭାଷାରେ ଲେଖିଛି। ୧୯୭୮ ମସିହାରେ ସମ୍ବଲପୁରୀ ଗୀତମାଳିକା ପାଇଁ ଲେଖିଥିବା ୩ଟି ଗୀତରୁ ‘ରଙ୍ଗବତୀ’ ପ୍ରସିଦ୍ଧି ଲାଭ କରିବ ବୋଲି ସେତେବେଳେ ଭାବି ନଥିଲି ବୋଲି ଶ୍ରୀ ଗୌନ୍ତିଆ କହିଥିଲେ। ଦୈନିକ ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡଃ ଆଚାର୍ଯ୍ୟ ‘ସମାଜ’ ବିଶ୍ବର ଏକମାତ୍ର ଖବରକାଗଜ ଯାହାର ଲାଭାଂଶ ସାଧାରଣ ଲୋଙ୍କ ପାଖକୁ ଫେରିଯାଏ ବୋଲି କହିଥିଲେ। ବର୍ଷକ ୧୨ ମାସ ‘ସମାଜ’ ଜନମଙ୍ଗଳ ପାଇଁ କାର୍ଯ୍ୟ କରି ଆସୁଛି। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ମାଦକ ଦ୍ରବ୍ୟ ଭଳି ଜନଅହିତକର ବିଜ୍ଞାପନ ଏହି ଖବରକାଗଜରେ ସ୍ଥାନ ପାଏନାହିଁ ବୋଲି ସେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେଇଥିଲେ। ଏହି ଅବସରରେ ସମ୍ବାଦଦାତା, ବିଜ୍ଞାପନଦାତା ଓ ବିତରକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶନିବାର ପୂର୍ବାହ୍ଣରେ ପଶ୍ଚିମ ଓଡ଼ିଶା ସଂସ୍କରଣର ୯ଟି ଜିଲାର ସମ୍ବାଦଦାତା ଓ ବିତରକମାନଙ୍କ ପାରିବାରିକ ବନ୍ଧୁମିଳନ ଆୟୋଜିତ ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories