www.samajalive.in
Sunday, December 14, 2025
16.1 C
Bhubaneswar

ଏଲଏସି ଭଳି ପାକ ଅଧିକୃତ କାଶ୍ମୀରରେ ଚୀନର ଗ୍ରାମ ନିର୍ମାଣ ଯୋଜନା

ନୂଆଦିଲ୍ଲୀ: ଭାରତ ସହିତ ଦେଶର ଉତ୍ତର ଓ ଉତ୍ତର ପୂର୍ବ ସୀମାନ୍ତରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟିକରି ଚୀନ ନୀରବ ହୋଇ ରହିନାହିଁ । ତିବତ ଓ ଅରୁଣାଚଳ ପ୍ରଦେଶ ମଧ୍ୟବର୍ତ୍ତୀ ବିବାଦୀୟ ଅଞ୍ଚଳରେ ଏହା ନିଜର ଗ୍ରାମ ସ୍ଥାପନ କରିସାରିଥିବାବେଳେ ଏବେ ପାକିସ୍ତାନକୁ ଭାରତ ବିରୋଧରେ ଜୋରଦାର ଉସୁକାଇବା ଆରମ୍ଭ କରିଛି । ଇତିମଧ୍ୟରେ ଚୀନ ଲିବିରେସନ ଆର୍ମି (ପିଏଲଏ)ର ଅଧିକାରୀମାନେ ପାକ ଅଧିକୃତ କାଶ୍ମୀରରେ ସୀମାନ୍ତ ପୋଷ୍ଟ ଏବଂ ଏକାଧିକ ଗ୍ରାମ ଗସ୍ତ କରି ସେଠାରେ ପାକିସ୍ତାନର ସାମରିକ ଶକ୍ତି ବୃଦ୍ଧି ଯୋଜନା କରିଛନ୍ତି । ଏପରିକି ସେଠାରେ ସେମାନେ ଗ୍ରାମ ସ୍ଥାପନ ଯୋଜନା ମଧ୍ୟ କରୁଥିବା ଜଣାଯାଇଛି । ଚୀନ ସୈନ୍ୟମାନେ ପାକିସ୍ତାନ ଅଧିକୃତ କାଶ୍ମୀରର କେଲ, ଜୁରା ଏବଂ ଲିପା ସେକ୍ଟର ପରିଦର୍ଶନ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ ଏହି ସବୁ ସେକ୍ଟର ଦେଇ ପାକିସ୍ତାନୀ ସୈନ୍ୟ ଏବଂ ଆଇଏସଆଇ ଭାରତ ମଧ୍ୟକୁ ଆତଙ୍କବାଦୀଙ୍କୁ ପଠାଇଥାନ୍ତି ।
କାଶ୍ମୀର ଅବଜର୍ଭରରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନ ସେନା ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ପାକିସ୍ତାନ ସେନା ଯବାନ ଓ ଆଇଏସଆଇ ଅଧିକାରୀଙ୍କ ସହିତ ମିଶି ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ । ସେମାନେ ନିୟନ୍ତ୍ରଣ ରେଖାରେ ଥିବା ପାକିସ୍ତାନ ସେନା ପୋଷ୍ଟଗୁଡିକ ସହିତ ଆତଙ୍କବାଦୀମାନେ କାଶ୍ମୀର ଉପତ୍ୟକାରେ ପହଞ୍ଚିବାକୁ ବ୍ୟବହାର କରୁଥିବା ପଥ ସମ୍ପର୍କରେ ସର୍ବେକ୍ଷଣ କରିଥିଲେ । ସେମାନେ ପାକ ଅଧିକୃତ କାଶ୍ମୀରର ଗ୍ରାମଗୁଡିକ ଗସ୍ତ କରିବା ଘଟଣାରୁ ଚୀନ ସେନା ପାକିସ୍ତାନ ସହିତ ମିଶି ସୀମାନ୍ତରେ ଗ୍ରାମ ସ୍ଥାପନ ପାଇଁ ଯୋଜନା କରୁଥିବା କୁହାଯାଉଛି । ଉକ୍ତ ଗ୍ରାମଗୁଡିକୁ ମୁଖ୍ୟତଃ ପାକିସ୍ତାନି ସେନା ବ୍ୟବହାର କରିବ ଏବଂ ଏହା ଭାରତକୁ ଆତଙ୍କବାଦୀ ପଠାଇବା ବ୍ୟବସ୍ଥାକୁ ଅଧିକ ସହଜ କରିଦେବ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories