www.samajalive.in
Friday, December 12, 2025
14.1 C
Bhubaneswar

ଦକ୍ଷିଣ ଆଫ୍ରିକାର ଶେଷ ଶ୍ୱେତାଙ୍ଗ ରାଷ୍ଟ୍ରପତି କ୍ଲର୍କଙ୍କ ପରଲୋକ

ଡର୍ବାନ: ଦକ୍ଷିଣ ଆଫ୍ରିକାର ଶେଷ ଶ୍ୱେତାଙ୍ଗ ରାଷ୍ଟ୍ରପତି ଏଫଡବ୍ଲୁ ଡି କ୍ଲର୍କଙ୍କର ପରଲୋକ ଘଟିଛି । ସେ ଦକ୍ଷିଣ ଆଫ୍ରିକାରେ ଶ୍ୱେତାଙ୍ଗମାନଙ୍କର ବର୍ଣ୍ଣବୈଷମ୍ୟବାଦ ଶାସନରେ ନାଟକୀୟ ପରିବର୍ତ୍ତନ ଆଣିବାରେ ସଫଳ ହୋଇଥିଲେ । ସେଥିପାଇଁ ତାଙ୍କୁ ଦେଶର ଅନ୍ୟତମ ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲାଙ୍କ ସହିତ ୧୯୯୩ରେ ଯୁଗ୍ମ ଭାବରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ସେ ନେଲସନ ମଣ୍ଡେଲାଙ୍କୁ କାରାମୁକ୍ତ କରି ଗଣତାନ୍ତ୍ରିକ ବ୍ୟବସ୍ଥା ଆରମ୍ଭ କରିବାକୁ ପଥ ପରିଷ୍କାର କରିଥିଲେ । କ୍ଲର୍କଙ୍କୁ ୮୫ ବର୍ଷ ବୟସ ହୋଇଥିଲା ଏବଂ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ପତ୍ନୀ ଏଲିଟା ଏବଂ ସନ୍ତାନ ଜାନ୍‍ ଓ ସୁସାନ ତଥା ନାତି ନାତୁଣୀ ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଡି କ୍ଲର୍କ ୧୯୯୦ ଫେବ୍ରୁଆରୀ ୨ ତାରିଖରେ ୨୭ ବର୍ଷ କାଳ କାରାଗାରରେ ଥିବା ନେଲସନ ମଣ୍ଡେଲାଙ୍କୁ ମୁକ୍ତି କରାଯିବା ବିଷୟ ଘୋଷଣା କରିବା ସହିତ କୃଷ୍ଣକାୟଙ୍କ ଆନ୍ଦୋଳନ ଉପରେ ଜାରି ନିଷେଧାଦେଶ ପ୍ରତ୍ୟାହାର କରିନେଇଥିଲେ । ସେଥିପାଇଁ ତାଙ୍କ ନାମ ଇତିହାସରେ ଲିପିବଦ୍ଧ ହୋଇ ରହିବ । ତାଙ୍କର ଏହି ପଦକ୍ଷେପ ଦେଶରେ ବର୍ଣ୍ଣବୈଷମ୍ୟବାଦୀ ଶ୍ୱେତାଙ୍ଗ ଶାସନରେ ଅନ୍ତ ଘଟାଇଥିଲା ।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories