www.samajalive.in
Saturday, December 6, 2025
14.1 C
Bhubaneswar

‘ହିନ୍ଦୁତ୍ୱ’ ଅର୍ଥ ହେଉଛି ଭଗବାନ ଶ୍ରୀରାମଙ୍କ ବାଣୀକୁ ଅନୁସରଣ କରିବା- ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ: ହିନ୍ଦୁତ୍ୱ ଅର୍ଥ ହେଉଛି ଭଗବାନ ଶ୍ରୀରାମଙ୍କ ବାଣୀ, ଶପଥ ଏବଂ ଆଚରଣକୁ ଅନୁସରଣ କରିବା ଏବଂ ତାହାକୁ ସମ୍ମାନ ପ୍ରଦର୍ଶନ କରିବା । ହିନ୍ଦୁତ୍ୱ ଜନସାଧାରଣଙ୍କୁ ବିଭାଜିତ କରେନାହିଁ, ଏହା ସେମାନଙ୍କୁ ବାନ୍ଧି ରଖୁଛି ବୋଲି ଆମ୍‍ ଆଦମି ପାର୍ଟି (ଆପ)ର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ କହିଛନ୍ତି । ଏଠାରେ ଟାଇମ୍ସ ନାଓ ସମ୍ମିଟ ୨୦୨୧ରେ ବୁଧବାର ଦିନ ଯୋଗଦେଇ କେଜରିୱାଲ ହିନ୍ଦୁତ୍ୱ, ଯମୁନା ନଦୀକୁ ପରିଷ୍କାର କରିବା ଦିଗରେ ତାଙ୍କ ସରକାର ସମ୍ମୁଖୀନ ହେଉଥିବା ଆହ୍ୱାନମୂଳକ ପରିସ୍ଥିତି ଏବଂ ଦେଶର ରାଜଧାନୀ ସହରକୁ ପ୍ରଦୂଷଣମୁକ୍ତ କରିବାରେ ରହିଥିବା ସମସ୍ୟା ଆଦି ବିଭିନ୍ନ ପ୍ରସଙ୍ଗରେ ନିଜର ମତାମତ ରଖିଥିଲେ । ଏହି ଅବସରରେ ସେ କହିଥିଲେ ଯେ ଦିଲ୍ଲୀରେ ପରବର୍ତ୍ତୀ ବିଧାନସଭା ନିର୍ବାଚନ ପୂର୍ବରୁ ଯମୁନା ନଦୀକୁ ପରିଷ୍କାର କରାଯିବ ।
ହିନ୍ଦୁ ଭୋଟ ପାଇବାକୁ ସେ ଦୀପାବଳିରେ ପୂଜାର୍ଚ୍ଚନା କରିବା, ଜାତୀୟ ଟେଲିଭିଜନ ଚାନେଲରେ ହନୁମାନ ଚାଳିଶା ପଢିବା ଭଳି ‘ଉଦାର ହିନ୍ଦୁତ୍ୱ’ ଅନୁସରଣ କରୁଥିବା ତାଙ୍କ ସମାଲୋଚକମାନେ କହୁଥିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇ ଅରବିନ୍ଦ କେଜରିୱାଲ କହିଥିଲେ, ତାଙ୍କ ପାଇଁ ହିନ୍ଦୁତ୍ୱ ଅର୍ଥ ହେଉଛି ଭଗବାନୀ ଶ୍ରୀରାମଙ୍କ କଥା, ପ୍ରତିଶ୍ରୁତି ଏବଂ ଆଚରଣକୁ ଅନୁସରଣ କରିବା ଏବଂ ତାହାକୁ ସମ୍ମାନ ପ୍ରଦର୍ଶନ କରିବା । ଏଥିସହିତ କେଜରିୱାଲ କହିଥିଲେ ଯେ ସେ ମନ୍ଦିର ଯିବା କିମ୍ବା ଦୀପାବଳି ପାଳନ କରିବା ଉଦାର ହିନ୍ଦୁତ୍ୱ ନୁହେଁ, ଯଦି ତାହା ଠିକ୍‍ ବୋଲି ଧରାଯିବ ତେବେ ତାଙ୍କ ସହିତ ଦେଶର କୋଟି କୋଟି ଲୋକ ମଧ୍ୟ ସେହି ସମାନ କଥା କରୁଛନ୍ତି । ସାଂପ୍ରଦାୟିକ ଦଙ୍ଗ।, ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ଦୁର୍ବ୍ୟବହାର କରିବା ଅଥବା ଦଳିତଙ୍କ ଉପରେ ଅତ୍ୟାଚାର କରିବା ହିନ୍ଦୁତ୍ୱ ନୁହେଁ । ହିନ୍ଦୁତ୍ୱ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରେନାହିଁ, ଏହା ସେମାନଙ୍କୁ ଯୋଡିଥାଏ ବୋଲି କେଜରିୱାଲ କହିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories