ଦିନ ୧୧ଟା – ମୁଖ୍ୟ ଖବର
ଆଫଗାନର କାମଚଳା ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି ଇସଲାମାବାଦରେ
ଏସୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶୀତଳ ଯୁଦ୍ଧର ଉତ୍ତେଜନା ଫେରାଇ ନଆଣିବାକୁ ସି ଜିନପିଙ୍ଗଙ୍କ ସତର୍କବାଣୀ
୨୭୧ ନୂଆ କରୋନା ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ, ଦିନକରେ ୨ ମୃତ
ସେହି ସମୟ ମଧ୍ୟରେ ୩୧୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୫୮ ଓ ସ୍ଥାନୀୟ ସଂକ୍ରମିତ ୧୧୩ ଜଣ
ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୬୦ ଜଣ ଥିବା ଜଣାଯାଇଛି
ବାଲେଶ୍ୱରରେ ୧୪, ଭଦ୍ରକ ୨, ବଲାଙ୍ଗିର ୧, କଟକ ୨୩, ଦେବଗଡ ୮, ଢେଙ୍କାନାଳ ୫ ଓ ଜଗତସିଂହପୁରରେ ୭ ଜଣ ଚିହ୍ନଟ
ଯାଜପୁର ୧୦, ଝାରସୁଗୁଡା ୨, କଳାହାଣ୍ଡି ୨, କେନ୍ଦ୍ରାପଡା ୨, କେନ୍ଦୁଝର ୫, ଖୋର୍ଦ୍ଧା ୧୧୨ ଓ ମାଲକାନଗିରିରେ ୫ ଜଣଙ୍କୁ ଚିହ୍ନଟ କରାଯାଇଛି
ମୟୁରଭଞ୍ଜରେ ୫, ନୟାଗଡ ୧, ପୁରୀ ୭, ରାୟଗଡା ୪, ସମ୍ବଲପୁର ୨୦, ସୋନପୁର ୧, ସୁନ୍ଦରଗଡ ୧୦ ଓ ଷ୍ଟେଟପୁଲରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି
ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୩୩୩୪୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି
ସଂପ୍ରତି ରାଜ୍ୟରେ ୨୯୩୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି
ଦେଶରେ ଦିନକରେ ୧୩,୦୯୧ ନୂଆ କରୋନା ରୋଗୀ; ୩୪୦ ମୃତ
ଦିନକ ମଧ୍ୟରେ ୧୩,୮୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି
ଏହାକୁ ମିଶାଇ ମୋଟ ୩,୩୮,୦୦,୯୨୫ ଜଣ ସୁସ୍ଥ ହୋଇସାରିଲେଣି
କରୋନାରୁ ଆରୋଗ୍ୟ ହାର ୯୮.୨୫%
ବୁଧବାର ସଂଧ୍ୟା ସୁଦ୍ଧା ୬୧.୯୯ କୋଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୧୧୦.୨୩ କୋଟି ପାନ ଟିକା ଦିଆଯାଇଛି
ଋାଷ୍ଟ୍ରପତି ଭବନରେ ଆଜି ଅନୁଷ୍ଠିତ ହେଉଛି ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କର ୫୧ତମ ସମ୍ମିଳନୀ; ସମ୍ମିଳନୀରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉପସ୍ଥିତ
ଆସନ୍ତା କାଲି ଅଁଳା ନବମୀ ; ପ୍ରଶାସନ ତରଫରୁ ମନ୍ଦିର ଚତୁପାର୍ଶ୍ୱରେ ୧୪୪ ଧାରା ଜାରି ; ଭକ୍ତ ଓ ସର୍ବସାଧାରଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ବନ୍ଦ ରହିବ
Comments are closed.