www.samajalive.in
Sunday, December 7, 2025
23.1 C
Bhubaneswar

ଚିନ୍ତା ବଢାଉଛି ହାତୀପଲ, ନଷ୍ଟ କଲେ ପାଚିଲା ଧାନ କିଆରି

ଦ୍ୱାରଶୁଣି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ । ବାରମ୍ବାର ଚାଷ ଜମିରେ ପଶି ନଷ୍ଟ କରୁଛନ୍ତି ଧାନ ଗଛ । ଫଳରେ ମୁଣ୍ଡରେ ହାତ ଦେଇଛନ୍ତି ଗରୀବ ଚାଷୀ । ବାଙ୍ଗିରିପୋଷି ଅଞ୍ଚଳଟି ଶିମିଳିପାଳ ପାହାଡ ପରିବେଷ୍ଟିତ ହୋଇଥିବାରୁ ବଣୁଆ ହାତୀପଲଙ୍କ ଗ୍ରାମାଭିମୁଖୀ ହେବା ସହିତ ଫସଲ ନଷ୍ଟ କରିବା ଆଶାତୀତ ଭାବେ ବୃଦ୍ଧି ଘଟୁଥିବାର ଦେଖିବାକୁ ମିଳୁଛି । ତେବେ ବର୍ତମାନ ବ୍ଲକର ୪-୫ଟି ପଞ୍ଚାୟତରେ ବଣୁଆହାତୀ ସେଠାକାର ସାଧାରଣ ଜନତାଙ୍କ ପାଇଁ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ଏକର ଏକର ଚାଷ ଜମି ନଷ୍ଟ କରି ଚାଲିଛନ୍ତି ପ୍ରତ୍ୟେକ ଦିନ । ବାଙ୍ଗିରିପୋଷି ପଞ୍ଚାୟତର କାଳିଆମି, ଧୋବଣିଶୋଳ, ନାଫ୍ରି, ବଣକାଟୀ, ଶ୍ୟାମସୁନ୍ଦରପୁର ପଞ୍ଚାୟତ ସହ ନିଶ୍ଚିନ୍ତା ପଞ୍ଚାୟତର ଚୁଆପାଣି, ସାରିପଦା ଗ୍ରାମରେ ଗତ କିଛି ଦିନ ଧରି ୧୨ରୁ ଊର୍ଦ୍ଧ୍ବ ବଣୁଆ ହାତୀ ଚାଷ ଜମିରେ ପଶି ଧାନ ଗଛ ଖାଇବା ସହ ଦଳି ଚକଟି ନଷ୍ଟ କରିଥିବାର ଖବର ମିଳିଛି । ନିଜ ପରିବାର ପେଟ ପୋଷିବା ପାଇଁ ବର୍ଷସାରା ଖରା ବର୍ଷାରେ ତିନ୍ତି ତିନ୍ତି ଜମିରେ ଚାଷ କରୁଛନ୍ତି କିନ୍ତୁ ହାତୀ ଦ୍ୱାରା ଫସଲ ନଷ୍ଟ ଯୋଗୁଁ ସବୁ ପରିଶ୍ରମ ବୃଥା ଯାଉଛି ବୋଲି ଦୁଃଖରେ କହିଛନ୍ତି ଚାଷୀ । ଅନ୍ୟପକ୍ଷେ ବନ ବିଭାଗ ସାହାଯ୍ୟ କରିବ ବୋଲି କହୁଛି କିନ୍ତୁ ବୁଝୁନାହିଁ ଚାଷୀର ଦୁଃଖ । ଗ୍ରାମର ଅମିତ କୁମାର ମହାନ୍ତ, କାଳୁ ମୁର୍ମୁ, ବୁଧୁରାମ ସିଂ, ସୁବାସ ସିଂ, ଗଣେଶ ମହାନ୍ତ, ସାଗର ସିଂ ପ୍ରମୁଖ ଚାଷୀଙ୍କ ୪ ଏକରରୁ ଊର୍ଦ୍ଧ୍ବ ଧାନ ଜମିରେ ପଶି ଧାନ ଗଛଗୁଡିକ ଦଳି, ଚକଟି ନଷ୍ଟ କରି ଦେଇଛନ୍ତି ବଣୁଆ ହାତୀ ପଲ । ଅନ୍ୟପକ୍ଷେ ବନ ବିଭାଗ ପାଖରେ ସୂଚନା ମଧ୍ୟ ନାହିଁ ହାତୀ କଉଠି ଅଛନ୍ତି । ଗ୍ରାମବାସୀ ରାତି ସାରା ଅନିଦ୍ରା ରହି ହାତୀ ଦାଉରୁ ଚାଷ ଜମିକୁ ରକ୍ଷା କରିବା ପାଇଁ ଘୋଉଡାଉଥିବା ବେଳେ ବନ ବିଭାଗ ଚିରନିଦ୍ରାରେ ଶୋଇଛି । ମଙ୍ଗଳବାର ସକାଳେ ଗ୍ରାମବାସୀମାନେ ବନ ବିଭାଗର ଗାଡିକୁ ଅଟକାଇ କର୍ମଚାରୀଙ୍କୁ ପଚାରିଲା ବେଳକୁ ସେମାନେ କୁହନ୍ତି ଆମେ ଜାଣି ପାରିଲୁ ନାହିଁ ହାତୀ କଉଠି ଅଛନ୍ତି । ତେଣୁ ଦେଖିବାକୁ ଆସିଛୁ ଯଦି କାହାର କ୍ଷୟକ୍ଷତି ହୋଇଛି ଅଭିଯୋଗ କଲେ ବନ ବିଭାଗ ତରଫରୁ କ୍ଷତିପୂରଣ ଦିଆଯିବ ବୋଲି ବନାଞ୍ଚଳ କର୍ମଚାରୀମାନେ କହିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories