www.samajalive.in
Friday, December 5, 2025
26.1 C
Bhubaneswar

ସମାଜସେବା ପାଇଁ ଶାନ୍ତିଦେବୀଙ୍କୁ ପଦ୍ମଶ୍ରୀ

ଗୁଣୁପୁର : ମହାନ ସମାଜସେବୀ ଶାନ୍ତି ଦେବୀ ଆନୁଷ୍ଠାନିକ ଭାବେ ପଦ୍ମଶ୍ରୀ ସମ୍ମାନ ପାଇଛନ୍ତି। ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ଠାରେ ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶାନ୍ତିଦେବୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଜଣେ ଦରଦି ମଣିଷ, ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତିତ୍ବ ଭାବେ ଓଡିଶାରେ ପରିଚିତ ଶାନ୍ତିଦେବୀଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ଉପାଧି ପାଇଁ ମନୋନୀତ କରାଯାଇଥିଲା। ଘୋଷଣା ହେବାର ପାଖାପାଖି ଦୁଇବର୍ଷ ପରେ ଏହି ଉପାଧି ଦିଆଯାଇଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ମହଲରେ ଖୁସି ଦେଖାଦେଇଛି। ବିଶେଷ କରି ସୋସିଆଲ ମିଡ଼ିଆରେ ତାଙ୍କୁ ବହୁତ ସାରା ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ପୋଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ଶାନ୍ତିଦେବୀଙ୍କ ସହ ଯାଇଥିବା ଗୁଣୁପୁର ସେବା ସମାଜର ସମ୍ପାଦିକା ରାଜେଶ୍ୱରୀ ଦଳେଇ ଓ ମାୟ ଶବର ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନ ଭିତରେ ଭେଟି ଗୁଣୁପୁରକୁ ଆମନ୍ତ୍ରଣ କରିଥିବା ସୂଚନା ଦେଇଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories