www.samajalive.in
Friday, December 5, 2025
26.1 C
Bhubaneswar

ଆଫଗାନିସ୍ତାନ ଘଟଣାକ୍ରମ ଉପରେ ତୀକ୍ଷ୍‍ଣ ନଜର ରଖିଛନ୍ତି ଭାରତ ଓ ଅନ୍ୟ ରାଷ୍ଟ୍ର

ନୂଆଦିଲ୍ଲୀ: ଆଫଗାନିସ୍ତାନର ସାଂପ୍ରତିକ ଘଟଣାକ୍ରମ ଉପରେ ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ର ତୀକ୍ଷ୍‍ଣ ନଜର ରଖିଛନ୍ତି । ଆଫଗାନିସ୍ତାନରେ ଯାହାସବୁ ଘଟୁଛି ତାହାର ପ୍ରଭାବ କେବଳ ସେହି ଦେଶ ନୁହେଁ, ତାହାର ପଡୋଶୀ ରାଷ୍ଟ୍ର ଏବଂ ସମୁଦାୟ ଉକ୍ତ ଅଞ୍ଚଳ ଉପରେ ପଡୁଛି ବୋଲି ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ କହିଛନ୍ତି । ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଏଠାରେ ଆୟୋଜିତ ଆଠଟି ରାଷ୍ଟ୍ରର ଏନଏସଏମାନଙ୍କର ବୈଠକରେ ଉଦବୋଧନ ଦେଇ ଶ୍ରୀ ଡୋଭାଲ କହିଛନ୍ତି, ଏହି ପ୍ରସଙ୍ଗ ଉପରେ ଉପସ୍ଥିତ ଆଠଟି ରାଷ୍ଟ୍ର ମଧ୍ୟରେ ନିବିଡ ବିଚାର ବିମର୍ଷ, ବୃହତ୍ତର ସହଯୋଗ ଏବଂ ସମନ୍ୱୟ ରକ୍ଷାର ଆବଶ୍ୟକତା ରହିଛି । ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ବଳପୂର୍ବକ ଦଖଲ କରିବାପରେ ସେଠାରେ ସୃଷ୍ଟ ପରିସ୍ଥିତିର ସମୀକ୍ଷା କରିବାକୁ ଭାରତ ପକ୍ଷରୁ ଏହି ଏନଏସଏ ସ୍ତରୀୟ ବୈଠକ ଆୟୋଜନ କରାଯାଇଛି । ଏହି ବୈଠକରେ ଇରାନ, ରୁଷିଆ, ତାଜିକିସ୍ତାନ, କିରଗିଜସ୍ତାନ, କାଜାଖସ୍ତାନ, ଉଜବେକିସ୍ତାନ ଏବଂ ତୁର୍କମେନିସ୍ତାନ ଆଦି ରାଷ୍ଟ୍ରର ଏନଏସଏମାନେ ଯୋଗଦେଇଛନ୍ତି ।
କାଜାଖସ୍ତାନ ରାଷ୍ଟ୍ରୀୟ ସୁରକ୍ଷା କମିଟିର ଅଧ୍ୟକ୍ଷ କରିମ ମାସିମୋଭ ବୈଠକରେ ଯୋଗଦେଇ ଆଫଗାନିସ୍ତାନକୁ ମାନବୀୟ ସହାୟତା ଯୋଗାଣ ବୃଦ୍ଧି କରାଯିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ଇରାନର ଶୀର୍ଷ ଜାତୀୟ ସୁରକ୍ଷା ପରିଷଦର ସେକ୍ରେଟାରୀ ରିଅର ଆଡମିରାଲ ଅଲି ଶାମଖାନି କହିଥିଲେ ଯେ ଆଫଗାନିସ୍ତାନରେ ଏକ ଅନ୍ତର୍ଭୁକ୍ତି ଭିତ୍ତିକ ସରକାର ଗଠନ ଦ୍ୱାରା ସେଠାରେ ଶରଣାର୍ଥୀ ସମସ୍ୟାର ସମାଧାନ ହୋଇପାରିବ । ତାଜିକିସ୍ତାନ ସୁରକ୍ଷା ପରିଷଦ ମୁଖ୍ୟ ନସରୁଲୋ ରହମତଜୋନ ମାହମୁଦଜୋଦା କହିଥିଲେ, ଆଫଗାନିସ୍ତାନ ଜନସାଧାରଣଙ୍କୁ ସହାୟତା କରିବାକୁ ଉଦ୍ଦିଷ୍ଟ ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ତାଙ୍କ ରାଷ୍ଟ୍ର ପ୍ରସ୍ତୁତ ଅଛି । କିରଗିଜସ୍ତାନ ସୁରକ୍ଷା ପରିଷଦ ମୁଖ୍ୟ ମାରାତ ଏମ ଇମାନକୁଲୋଭ କହିଥିଲେ ଯେ ସମ୍ମିଳିତ ପ୍ରୟାସ ଦ୍ୱାରା ଆଫଗାନିସ୍ତାନ ଜନସାଧାରଣଙ୍କୁ ସହାୟତା ଯୋଗାଁଇ ଦିଆଯାଇପାରିବ । ରୁଷ ସୁରକ୍ଷା ପରିଷଦର ମୁଖ୍ୟ ନିକୋଲାଇ ପାତ୍ରୁସେଭ କହିଥିଲେ, ଏହିଭଳି ବହୁପାକ୍ଷିକ ବୈଠକ ଆଫଗାନିସ୍ତାନରୁ ସୃଷ୍ଟି ହେଉଥିବା ଆହ୍ୱାନମୂଳକ ପରିସ୍ଥିତିର ମୁକାବିଲା କରିବାରେ ସହାୟକ ହୋଇପାରିବ । ତୁର୍କମେନିସ୍ତାନ ସୁରକ୍ଷା ପରିଷଦ ମୁଖ୍ୟ ଚାରିମିରାତ ଅମାନୋଭ କହିଥିଲେ, ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତିର ସମାଧାନ ପନ୍ଥା ଖୋଜିବାକୁ ଏହି ବୈଠକ ତାଙ୍କ ରାଷ୍ଟ୍ରକୁ ସୁଯୋଗ ଯୋଗାଇ ଦେଇଛି । ଉଜବେକିସ୍ତାନ ସୁରକ୍ଷା ପରିଷଦ ମୁଖ୍ୟ ଭିକ୍ଟର ମାଖମୁଦୋଭ କହିଥିଲେ ଯେ ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବାକୁ ସାମୂହିକ ସମାଧାନ ପନ୍ଥା ଖୋଜିବାର ଆବଶ୍ୟକତା ରହିଛି । ସୂଚନାଯୋଗ୍ୟ ଯେ ଏହି ବୈଠକକୁ ଚୀନ ଓ ପାକିସ୍ତାନକୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ଏଥିରେ ଯୋଗଦେବାକୁ ମନା କରିଦେଇଥିଲେ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories