www.samajalive.in
Saturday, December 6, 2025
19.1 C
Bhubaneswar

୫ଟିରେ ସାମିଲ ହେବ ହରଭଙ୍ଗା ବ୍ଲକର ଆଉ ୧୧ ହାଇସ୍କୁଲ; ଗୋଟିଏ ଦିନରେ ସବୁ ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଉ ୧୧ଟି ହାଇସ୍କୁଲ ୫ଟିରେ ସାମିଲ ହେବାକୁ ଯାଉଛି। ୫ଟିରେ ରୂପାନ୍ତରଣ ହେବାକୁଥିବା ସବୁ ହାଇସ୍କୁଲଗୁଡିକର ଫିଜିବିଲିଟି ରିପୋର୍ଟ ପ୍ରଦାନ ପାଇଁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହିତ ହରଭଙ୍ଗା ବ୍ଲକ ପ୍ରଶାସନିକ ଅଧିକାରୀ ଗୋଟିଏ ଦିନରେ ସକାଳୁ ରାତି ୧୦ଟା ପର୍ଯ୍ୟନ୍ତ ୧୧ଟି ହାଇସ୍କୁଲ ପରିଦର୍ଶନ କରିଥିବା ଜଣାପଡିଛି। ଏଥିସହ ସ୍କୁଲ କମିଟି ଏବଂ ଶିକ୍ଷକମାନଙ୍କ ସହିତ ୫ଟି ରୂପାନ୍ତରଣ ବିଷୟରେ ଆଲୋଚନା ମଧ୍ୟ କରିଥିବା ଜଣାପଡିଛି। ଦ୍ୱିତୀୟ ପର୍ଯ୍ୟାୟରେ ବ୍ଲକରେ ୫ଟି ସାମ୍ଭାବ୍ୟ ତାଲିକାରେ ସ୍ଥାନପାଇବାକୁ ଥିବା ସ୍କୁଲଗୁଡିକ ମଧ୍ୟରେ ବାମଣ୍ଡା, ବୀରନରସିଂହପୁର, ସାମ୍ପୋଚ୍‍, ଲୁଣିବାହାଲ, ଓଡିଶା ଆଦର୍ଶ ବିଦ୍ୟାଳୟ ମଣିପୁର, ଆଡେଣିଗଡ, ବାଣୀଭୂଷଣପୁର, କୁଶଙ୍ଗ, ଶଙ୍କୁଲେଇ, ଧଳପୁର ଏବଂ ରାମଗଡ ଭଳି ୧୧ଟି ହାଇସ୍କୁଲ ରହିଛି। ଏସବୁ ସ୍କୁଲ ୫ଟିରେ ସାମିଲ ହେଲେ ବ୍ଲକରେ ୫ଟି ହାଇସ୍କୁଲ ସଂଖ୍ୟା ୧୪କୁ ଛୁଇଁବ। ଏହା ସହିତ ସବୁ ପଂଚାୟତରେ ଏକ ମଡେଲ ହାଇସ୍କୁଲ ନିର୍ମାଣ ହେବା ସହିତ ସବୁ ପଂଚାୟତର ଛାତ୍ରଛାତ୍ରୀ ଏଭଳି ଏକ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନରେ ପାଠପଢିବାକୁ ସୁବିଧା ପାଇପାରିବେ ବୋଲି ବୁଦ୍ଧିଜୀବି ଏବଂ ଅଭିଭାବକ ମହଲରୁ ମତପ୍ରକାଶ ପାଉଛି।ସରକାରଙ୍କ ଏହି ଲୋକାଭିମୂଖୀ କାର୍ଯ୍ୟକ୍ରମକୁ ସବୁ ମହଲରେ ସ୍ୱାଗତ କରାଯାଉଛି। ଏ ସର୍ମ୍ପକରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ ଅତିଶିଘ୍ର ହରଭଙ୍ଗା ବ୍ଲକର ୧୧ଟି ହାଇସ୍କୁଲରେ ୫ଟି ରୁପାନ୍ତରିଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories