www.samajalive.in
Sunday, December 14, 2025
23.1 C
Bhubaneswar

ଜଳ ନିଷ୍କାସନ ଦାବିରେ ଚାଷୀଙ୍କ ରାସ୍ତା ରୋକ

କେନ୍ଦ୍ରାପଡ଼ା : ଲଗାଣ ବର୍ଷାରେ ଚାଷ ଜମିରେ ଜମିଥିବା ବର୍ଷା ଜଳ ନିଷ୍କାସନ ଓ ଫସଲର କ୍ଷତିପୂରଣ ଦାବିରେ ରବିବାର କେନ୍ଦ୍ରାପଡ଼ା ବ୍ଲକ ଓସ୍ତପୁର କଂସାର ପଞ୍ଚାୟତର ଚାଷୀ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକାରୀ ମାନେ କେନ୍ଦ୍ରାପଡ଼ା – ଗଣ୍ଡାଖିଆ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି। ଫଳରେ ସେଠାରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ସମୟ ଧରି କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ନପହଞ୍ôଚବାରୁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା।
ସୂଚନା ଅନୁଯାୟୀ ୯ଟି ବ୍ଲକ ମଧ୍ୟରୁ ବିଶେଷ କରି ତଳିଆ ଅଞ୍ଚଳରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। କେନ୍ଦ୍ରାପଡ଼ା ବ୍ଲକର ଓସ୍ତପୁର, କଂସାର ପଞ୍ଚାୟତର ନାଗପୁର,ଦେପୁର, ରଘୁନାଥପୁର, ହଳଦୀଡ଼ିହ, କୋରଡ଼ା ଗ୍ରାମର ଚାଷୀ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଗୋବରୀ, ବୈତରଣୀ ଆଦି ଜଳସ୍ତର ଅଧିକ ଥିବା ଯୋଗୁଁ ଜଳ ନିଷ୍କାସନରେ ବାଧାପ୍ରାପ୍ତ ହେଉଛି। ଯାହା ଫଳରେ ବ୍ୟାପକ ଫସଲ ମଧ୍ୟ ନଷ୍ଟ ହୋଇଛି। ଆନ୍ଦୋଳନ କାରୀ ମାନେ ସେଠାରେ କଲର୍ଭଟ ନିର୍ମାଣ ପାଇଁ ମଧ୍ୟ ସରକାରଙ୍କୁ ଗୁହାରୀ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories