www.samajalive.in
Monday, December 8, 2025
13.1 C
Bhubaneswar

କୂଅରୁ ନନ୍‌ଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: କେରଳର କୋଲ୍ଲମ ନିକଟସ୍ଥ ପଠାନପୁରାରେ ଏକ କୂଅରୁ ନନ୍‌ଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏକ କୂଅ ମଧ୍ୟରୁ ୫୪ ବର୍ଷିୟ ନନ୍ ଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ପାଠନାପୁରମ୍‌ଠାରେ ଥିବା ସେଣ୍ଟ୍‌ ଷ୍ଟିଫେନ୍‌ ସ୍କୁଲ୍‌ରେ ପାଠ ପଢ଼ାଉଥିଲେ । ରବିବାର ସକାଳ ପ୍ରାୟ ୯ଟାରେ ସେଠାରେ କାମ କରୁଥିବା ଶ୍ରମିକ କୂଅ ନିକଟରେ ପ୍ରଥମେ ରକ୍ତର ଛିଟା ଦେଖିଥିଲେ ଓ ପରେ କୂଅରେ ଏକ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ । ଏନେଇ ପୁଲିସ ଖବର ପାଇବା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୂଯାୟୀ, ନନ୍ ଦୀର୍ଘ ୧୨ ବର୍ଷ ସେଣ୍ଟ୍‌ ଷ୍ଟିଫେନ୍‌ ସ୍କୁଲ୍‌ରେ ପଢାଉଥିଲେ । ସ୍କୁଲ ଓ କନଭେଣ୍ଟ୍ ଦୁଇଟି କଟ୍ଟାୟମ-ମୁଖ୍ୟାଳୟ ମାଲଙ୍କାର ସିରିୟାନ ଅର୍ଥୋଡକ୍ସ ଚର୍ଚ୍ଚ ଦ୍ବାରା ସଞ୍ଚାଳିତ ​‌ହେଉଥିଲା । ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories