www.samajalive.in
Sunday, December 14, 2025
23.1 C
Bhubaneswar

ମା ବାସୂଳୀ କପ୍ କ୍ରିକେଟ ପ୍ରତିଯୋଗିତା, ବୋଦାପଳସା ଚମ୍ପିୟାନ

ପାଟଣା :  ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ଗ୍ରାମର ସାମ୍ବା ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ମା’ ବାସୂଳୀ କପ୍ କ୍ରିକେଟ ପ୍ରତିଯୋଗିତାରେ ସ୍ୱାମ ପାଟଣାକୁ ପରାସ୍ତ କରି ବୋଦାପଳସା ଦଳ ଚମ୍ପିୟାନ ହୋଇଛି । ଟସ୍ ଜିତି ସ୍ୱାମ ପାଟଣା ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮ ୱିକେଟ ହରାଇ ୯୪ ରନର ଜବାବରେ ବୋଦାପଳସା ଦଳ ୮ ଓଭର ୫ ବଲ ରେ ୯୯ ରନ କରି ୭ ୱିକେଟ ରେ ବିଜୟ ହାସଲ କରିଥିଲା । ଅମ୍ପାୟାର ଭାବେ ସୁବ୍ରତ ସେଠୀ ଓ ସମୀର ସେଠୀ ଧାରା ବିବରଣୀରେ ଅରୁଣ କୁମାର ମହାନ୍ତ ଓ ଶିବ ଶଙ୍କର ରଣା ସ୍କୋରର ଭାବେ ଆକାଶ ସେଠୀ ଓ ବୁବୁନ ସେଠୀ ନିଜ ଦାୟିତ୍ଵ ସମ୍ପନ୍ନ କରିଥିଲେ। ପ୍ରତିଯୋଗିତାର ମୁଖ୍ୟ ଆୟୋଜକ ରବୀନ୍ଦ୍ର କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ବ୍ଲକ ବିଜେଡ଼ି ସଭାପତି ମାଧବା ନନ୍ଦ ପୃଷ୍ଟି, ଜିଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ, ସରପଞ୍ଚ ଭାମାମଣି ଦାସ, ସମିତି ସଭ୍ୟା ରାଣୀ ମାଝୀ, ଏବିଇଓ ସଚ୍ଚିଦାନନ୍ଦ ସେଠୀ ଓ ସାଧନ କେନ୍ଦ୍ର ସଂଯୋଜକ ଦିବାକର ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ। ଚମ୍ପିୟାନ ଦଳକୁ ବିଧାୟକ ଶ୍ରୀ ନାଏକ ୨୦ ହଜାର ଟଙ୍କାର ପୁରସ୍କାର ସହ ଟ୍ରଫି ଓ ଉପ ବିଜେତା ଦଳକୁ ୧୫ ହଜାର ଟଙ୍କା ଓ  ଟ୍ରଫି ପ୍ରଦାନ କରି ସମ୍ମାନିତ ଅତିଥି ଶ୍ରୀ ପୃଷ୍ଟି ପ୍ରଦାନ କରିଥିବା ବେଳେ ଅତିଥିଗଣଙ୍କ ଦ୍ଵାରା ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତା ରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories