www.samajalive.in
Sunday, December 7, 2025
23.1 C
Bhubaneswar

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର : କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଇଂ.ବିଶେଶ୍ୱର ଟୁଡୁ ପ୍ରଥମଥର ପାଇଁ ନବରଙ୍ଗପୁର ଜିଲା ଗସ୍ତରେ ଆସି ସୋମବାର ଦିନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ସୋମବାର ସକାଳ ୧୦ଟାରେ ଜିଲାସ୍ତରୀୟ ଅଧିକାରୀଙ୍କର ସହ ସମୀକ୍ଷା ବୈଠକରେ ଯୋଗଦେବେ । ୧୦.୩୦ରେ ଦୀନଦୟାଲ ବାଳିକା ଅନାଥାଶ୍ରମକୁ ଯିବେ । ଏହାପରେ ପାପଡାହାଣ୍ଡି ଶହୀଦ ସ୍ତମ୍ଭରେ ମାଲ୍ୟାର୍ପଣ, ଜଟାବାଲ, ଡାବୁଗାଁରେ ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗ ଦେବେ। ଧୋଡ୍ରାରେ ମଧ୍ୟାହ୍ନ୍ନ ଭୋଜନ ପରେ ଉମରକୋଟରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ସ୍ଥାପନ କରିବେ । ପରେ ଡଙ୍ଗ୍ରୀଗୁଡାରେ ବିଜେପି  ସମାବେଶରେ ଯୋଗଦେବେ। ଏହା ପରେ ଝରିଗାଁକୁ ଯାଇ ସେଠାରେ ମଧ୍ୟ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଭତ୍ତିଭୂମି ପୂଜନ କରିବେ। ଏହାପରେ ସନ୍ଧ୍ୟା ୫ଟାରେ ଝରିଗାଁରୁ ସମ୍ବଲପୁର ଜିଲାର ବୁର୍ଲା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ମନ୍ତ୍ରୀଙ୍କର ଗସ୍ତକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ଭାରତୀୟ ଜନତାପାର୍ଟିର ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories