www.samajalive.in
Saturday, December 13, 2025
26.1 C
Bhubaneswar

ସଂକୁଳ ସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦଯାପିତ

ଜି.ଉଦୟଗିରି : ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ତ୍ରିଦିବସୀୟ ସଂକୁଳ ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ଯୋଗ ଦେଇଥିଲେ। ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବରେ ଡଃ.ପ୍ରଶାନ୍ତ କୁମାର ମହାପାତ୍ର ଯୋଗ ଦେଇଥିଲେ।
ତ୍ରିଦିବସୀୟ ଶିବିରରେ ଉଦଘାଟନ ଉତ୍ସବରେ ଫିରିଙ୍ଗିଆ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଚିତରଞ୍ଜନ ମିଶ୍ର ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ, ମୂଖ୍ୟ ବକ୍ତା ଭାବରେ ଜିଲ୍ଲା ସଂଯୋଜକ ଡଃ.ବିଭୂତି ଭୂଷଣ ଆଚାର୍ଯ୍ୟ ଯୋଗଦେଇ ରକ୍ତଦାନ ମହତ୍ତ୍ବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ରେଡକ୍ରସର ଇତିହାସ ବିଷୟରେ ପ୍ରଧ୍ୟାପକ ପ୍ରସନ୍ନ କୁମାର ପଟ୍ଟନାୟକ, ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଡଃ.ଶକ୍ତିକାନ୍ତ ମଲ୍ଲିକ, ସଡକ ସୂରକ୍ଷା ବିଷୟରେ ସବ୍ ଇନିସ୍ପେକ୍ଟର କୌଶଲ୍ୟା ବେହେରା, ଏଚ.ଆଇ.ଭି ଏଡସ୍ ସମ୍ପର୍କରେ ଡଃ.ପ୍ରଶାନ୍ତ କୁମାର ମହାପାତ୍ର, ବ୍ୟକ୍ତିତ୍ୟ ବିକାଶ ଏବଂ ନେତୃତ୍ବ କୌଶଳ ସମ୍ପର୍କରେ ଡଃ.ନଳିନୀ କୁମାର ପାଣିଗ୍ରାହୀ,ଅଗ୍ନି ନିରୋଧ ସମ୍ପର୍କରେ ଅଗ୍ନିଶମ କର୍ମଚାରୀ ବୃନ୍ଦ ତାଲିମ ପ୍ରଦାନ କରିଥିଲେ। ଏଥିରେ କନ୍ଧମାଳ ଡିଗ୍ରୀ ମହାବିଦ୍ୟାଳୟ ସାରଙ୍ଗଗଡ଼, ଆଞ୍ଚଳିକ କନିଷ୍ଠ ମହାବିଦ୍ୟାଳୟ, ଗୁଟିଙ୍ଗିଆ, କଳିଙ୍ଗ ଡିଗ୍ରୀ ଏବଂ କନିଷ୍ଠ ମହାବିଦ୍ୟାଳୟ ଓ ଇନ୍ଦିରା ପ୍ରୀୟଦର୍ଶନୀ କନିଷ୍ଠ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଯୁବ ରେଡକ୍ରସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ରୂପବନ୍ତ ଭୋଇ ପ୍ରରମ୍ଭିକ ସୂଚନା ଦେଇଥିବା ବେଳେ ଅଧ୍ୟାପିକା ଶ୍ବେତଲାନା ତିର୍କି ଧନ୍ୟବାଦ ପ୍ରଦାନ କରିବା ସହିତ ଶିବିର ପରିଚାଳନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories