www.samajalive.in
Thursday, December 11, 2025
15.1 C
Bhubaneswar

 ବିଜେପି ପକ୍ଷରୁ ଚୌଦ୍ୱାର ଥାନା ଘେରାଉ

ଚୌଦ୍ୱାର : ମମିତା ମେହେର ହତ୍ୟା ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ଚୌଦ୍ୱାର ମଣ୍ଡଳ ଓ ଇନ୍ଦ୍ରାଣୀପାଟଣା ମଣ୍ଡଳ ତରଫରୁ ଚୌଦ୍ୱାର ଥାନା ଘେରାଉ କରାଯିବା ସହିତ ଏକ ଦାବିପତ୍ର ଥାନା ଅଧିକାରୀଙ୍କୁ ଦିଆଯାଇଛି। ଚୌଦ୍ୱାର-କଟକ ବିଜେପିର ବରିଷ୍ଠ ନେତା ନୟନ କିଶୋର ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ମଣ୍ଡଳ ସଭାପତି କୈଳାସ ବେହେରା ଓ ଯୁବ ନେତା ଜୟନ୍ତ ସ୍ୱାଇଁଙ୍କ ସମେତ ୫ଟି ପଂଚାୟତର ବହୁ କର୍ମୀ ଯୋଗଦେଇ ଗାନ୍ଧୀଛକ ଠାରୁ ଶୋଭାଯାତ୍ରାରେ ଚୌଦ୍ୱାର ଥାନାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକାରୀମାନେ ଥାନାକୁ ଦୀର୍ଘ ଏକ ଘଣ୍ଟା ଧରି ଘେରାଉ କରିବା ସହିତ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରି ମମିତା ହତ୍ୟା କାଣ୍ଡରେ ସଂପୃକ୍ତି ଥିବା ମନ୍ତ୍ରୀ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ସରକାର ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ନାରାବାଜି ଦେଇଥିଲେ। ଜିଲ୍ଲା ସଂପାଦକ ବୈରାଗୀ ଚରଣ ପ୍ରଧାନ, ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ହୋତା, ପ୍ରକାଶ ଚନ୍ଦ୍ର ବଡଜେନା, ଅଜିତ କୁମାର ସୁବୁଦ୍ଧିରାୟ, କମଲ ମହାନ୍ତି, ଅକ୍ଷୟ ଭୁୟାଁ, ମହାନଦୀ ମଣ୍ଡଳ ସଭାପତି ମାନସ ମହାନ୍ତି, ସୀତା ସାହୁ, କବିତା ନାୟକ ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories