ଶୀତଋତୁ ; କେଶ ପାଇଁ ସରଳ ଉପାୟ
ଶୀତଋତୁରେ ସାଧାରଣ କେଶ ଜନିତ ସମସ୍ୟା ଦେଖାଯାଇଥାଏ। ଶୀତଋତୁରେ , ଆପଣଙ୍କୁ କେଶ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏହି ଟିପ୍ସ ଗୁଡିକ ଆପଣାନ୍ତୁ –
ହାଲୁକା ଉଷୁମ ତେଲ ସହିତ ମସାଜ୍ କରନ୍ତୁ: ଏଥିପାଇଁ ଆପଣ ନଡିଆ ତେଲ ବ୍ୟବହାର କରିପାରିବେ। ତେବେ ଏହାକୁ ଉଷୁମ କରନ୍ତୁ ଏବଂ କେଶରେ ମାଲିସ୍ କରନ୍ତୁ । ଏହା ଆପଣଙ୍କ କେଶକୁ କୋମଳ ସହ ଘନ କରିବ।
ଶୀତଳ ପବନ କେଶକୁ ମଧ୍ୟ ପ୍ରଭାବିତ କରିଥାଏ । ତେଣୁ ଯେତେବେଳେ ଆପଣ ବାହାରକୁ ଯାଆନ୍ତି, କପଡା ଦ୍ୱାରା କେଶକୁ ଘୋଡାଇ ରଖନ୍ତୁ ।
ଶୀତଦିନେ ଅଧିକରୁ ଅଧିକ ପାଣି ପିଅନ୍ତୁ ।
କଣ୍ଡିସନରକୁ ଅଣଦେଖା କରନ୍ତୁ ନାହିଁ: କେଶ ଧୋଇବା ପରେ କଣ୍ଡିସନର କରିବାକୁ ଭୁଲନ୍ତୁ ନାହିଁ । ସପ୍ତାହରେ ଦୁଇଥର କେଶକୁ ନିଶ୍ଚିତ କଣ୍ଡିସନର କରନ୍ତୁ ।
Comments are closed.