ଆମେରିକାରେ ପିଜ୍ଜା ପାଇଁ ୨ହଜାରରୁ ଊର୍ଦ୍ଧ୍ବ ଲୋକ ମେଡିକାଲ ଯାଇଛନ୍ତି
ନୂଆଦିଲ୍ଲୀ : ସ୍ୱାଦିଷ୍ଟ ଖାଦ୍ୟ ଗ୍ରହଣ କରିବାକୁ କିଏ ବା ମନାକରେ। ବର୍ତ୍ତମାନ ପିଜ୍ଜା ଖାଇବାକୁ ଯୁବପିଢି ସମେତ ସବୁବର୍ଗର ଲୋକମାନଙ୍କ ମଧ୍ୟରେ ଉତ୍ସୁକତା ବଢୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଏବେ ଏପରି ଏକ ଖବର ମିଳିଛି ଯାହା ପିଜ୍ଜା ଖାଉଥିବା ଲୋକମାନଙ୍କୁ ଚକିତ କରିଦେବ। ଆମେରିକାରେ ପିଜ୍ଜା ଖାଇବା ପାଇଁ ୨ହଜାରରୁ ଅଧିକ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଆମେରିକା ଉପଭୋକ୍ତା ଉତ୍ପାଦ ସୁରକ୍ଷା ଆୟୋଗ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଅନୁସାରେ ୨୦୧୭ରେ ପିଜ୍ଜା ଖାଇବା ପାଇଁ ୨,୩୦୦ ଲୋକଙ୍କୁ ବିଭିନ୍ନ କାରଣ ପାଇଁ ଆଘାତପ୍ରାପ୍ତ ହୋଇଛନ୍ତି। ଏହି ରିପୋର୍ଟରେ ପିଜ୍ଜା ପ୍ରସ୍ତୁତ ସମୟରେ, ପିଜ୍ଜା ଖାଇବା ସମୟରେ, ପିଜ୍ଜା ନେବା ଆଦି କାର୍ଯ୍ୟରେ ଲୋକମାନେ ଆହତ ହୋଇ ମେଡିକାଲ ଯାଇଛନ୍ତି। ଆମେରିକାରେ ପାଖାପାଖି ତିନି ଅରବ ଲୋକ ପିଜ୍ଜା ଖାଇଥାଆନ୍ତି। ପିଜ୍ଜା କାଟିବା କିମ୍ବା ପ୍ରସ୍ତୁତ ସମୟରେ ଧ୍ୟାନ ରଖନ୍ତୁ ବୋଲି ସଂସ୍ଥା କହିଛନ୍ତି।