www.samajalive.in
Saturday, December 13, 2025
27.1 C
Bhubaneswar

ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର: ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ଓ ଜଳଛାୟା ପ୍ରକଳ୍ପ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ ଆସି କୋଷଗୁମୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକର ବିଭିନ୍ନ ଉନ୍ନୟମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି। ସେ ପ୍ରଥମେ ପାପଡ଼ାହାଣ୍ଡି ବ୍ଲକ ଗସ୍ତ କରି ଖଲିଗୁଡା ଗ୍ରାମପଞ୍ଚାୟତ ପାତ୍ରୀ ସ୍ଥିତ ୪୦ ହେକ୍ଟରରେ କାଜୁ ଚାଷ ମଧ୍ୟରେ ମିଶ୍ରିତ ଚାଷ, ଡେଙ୍ଗାଗୁଡା ଗ୍ରାମପଞ୍ଚାୟତ ଡଙ୍ଗରା ସ୍ଥିତ ୧୦ ହେକଟୋର, ଭାଣ୍ଡିଆ ଗ୍ରାମପଞ୍ଚାୟତ ସ୍ଥିତ ଡେଙ୍ଗାଗୁଡାର ୧୦ ହେକ୍ଟର, ଖୁଟୁବାଇ ପଞ୍ଚାୟତ ଖୁଟୁବାଲର ୪୦ ହେକ୍ଟର ଅଞ୍ଚଳ ବୁଲି ଅନୁଧ୍ୟାନ କରିଥିଲେ । ଏହାସହ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ତଦାରଖ କରିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ କୋଷଗୁମୁଡ଼ା ବ୍ଲକ କର୍ଚାମାଳ ପଞ୍ଚାୟତର ଏମ ଜି ଏନ ଆର ଜି ଏସ ଯୋଜନାରେ ନିର୍ମାଣ ହୋଇଥିବା ୩୦ ହେକ୍ଟର କାଜୁ ବୃକ୍ଷରୋପଣ ସହ ମିଶ୍ରିତ ଚାଷ ଓ ଦୁଇଟି ୫ଟି ମୋ କ୍ଷେତ ପୋଖରୀ ପରିଦର୍ଶନ କରି କାର୍ୟ୍ୟର ତଦାରଖ କରିଥିଲେ। ଏଥିସହ ଗ୍ରାମର ପୋଖରୀ ହିତାଧିକାରୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ । କର୍ଚ୍ଚାମାଲର ୩୦ ହେକ୍ଟର କାଜୁ ବଗିଚା ଓ ଦୁଇଟି ୫ଟି ମୋ କ୍ଷେତ ପୋଖରୀ କାର୍ଯ୍ୟ ଦେଖି ନିର୍ଦ୍ଦେଶକ ଖୁସି ପ୍ରକଟ କରିବା ସହ ହିତାଧିକାରୀମାନେ ଏହି ଯୋଜନା ମାଧ୍ୟମରେ ଅଧିକ ଆତ୍ମନିର୍ଭରଶୀଳ ହେବା ସହ ଆର୍ଥିକ ସ୍ଥିତି ମଜୁବୁତ ହୋଇ ପାରିବ ବୋଲି କହିଥିଲେ ।

ସୂଚନାଯୋଗ୍ୟ ଯେ, ୫ଟି ମୋ କ୍ଷେତ ପୋଖରୀ ହୁଦାରେ ଆମ୍ବ ଗଛ, କଦଳୀ ଗଛ, ପନିପରିବା ଚାଷ କରାଯାଉଥିବାବେଳେ ପୋଖୋରୀରେ ମାଛ ଯାଆଁଳ ଓ ବତକ ଛଡ଼ାଯାଇଛି । ଏହି ଗସ୍ତରେ ନିର୍ଦ୍ଦେଶକଙ୍କ ସହ ନବରଙ୍ଗପୁର ପି ଡି ୱାଟର ସେଡ ଲକ୍ଷ୍ମୀଧର ଜେନା ଉପସ୍ଥିତ ଥିଲେ ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories