www.samajalive.in
Tuesday, December 9, 2025
23.1 C
Bhubaneswar

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତ ଆସିବେ; ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମନ୍ତ୍ରଣ ରଖିଲେ

ଗ୍ଲାସଗୋ / ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତ ଗସ୍ତରେ ଆସିବେ । ସଂପ୍ରତି ଗ୍ଲାସଗୋଠାରେ ଆୟୋଜିତ ଜଳବାୟୁ ସମ୍ପର୍କିତ ଶିଖର ସମ୍ମିଳନୀରେ ଯୋଗଦେବା ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ ଜଣାଇବା ପରେ ଜନସନ ତାହା ଗ୍ରହଣ କରିଛନ୍ତି । ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ଜନସନ ଭାରତର ଗଣତନ୍ତ୍ର ଦିବସ ପାଳନରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ କୋଭିଡ ମହାମାରୀ କାରଣରୁ ଜନସନ ତାଙ୍କ ଗସ୍ତ ବାତିଲ କରିଦେଇଥିଲେ । ପରିସ୍ଥିତି ଆଉ ଟିକେ ସ୍ୱାଭାବିକ ହେଲେ ସେ ନୂଆଦିଲ୍ଲୀ ଆସିବେ ବୋଲି ଜନସନ କହିଛନ୍ତି । ଗ୍ଲାସଗୋରେ ବୋରିସ ଜନସନଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କର ସାକ୍ଷାତ ଅବସରରେ ଉଭୟ ପକ୍ଷ ମଧ୍ୟରେ ଆଞ୍ଚଳିକ ଏବଂ ଆଫଗାନିସ୍ତାନ ସମେତ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରସଙ୍ଗ, ଆତଙ୍କବାଦ ମୁକାବିଲା, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, କୋଭିଡ ପରବର୍ତ୍ତୀ ବିଶ୍ୱ ଅର୍ଥନୀତିର ପୁନରୁଦ୍ଧାର କ୍ଷେତ୍ରରେ ଯୋଗାଣ ଶୃଙ୍ଖଳକୁ ସୁସଂହତ କରିବା ଆଦି ବିଷୟରେ ଆଲୋଚନା ହୋଇଥିବା ଭାରତର ବୈଦୋିକ ସଚିବ ହର୍ଷ ବର୍ଦ୍ଧନ ଶ୍ରିଙ୍ଗଲା କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ, ପ୍ରଯୁକ୍ତି, ନବସୃଜନ ଏବଂ ସବୁଜ ଉଦଯାନର ଗ୍ରହଣୀୟତା, ଅକ୍ଷୟ ଏବଂ ସ୍ୱଚ୍ଛ ପ୍ରଯୁକ୍ତିକୁ ଲାଗୁ କରିବା ଦିଗରେ ବ୍ରିଟେନ ସହିତ ମିଶି ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଭାରତର ପ୍ରତିବଦ୍ଧତା ଜଣାଇଥିଲେ ।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories