www.samajalive.in
Sunday, December 7, 2025
26.1 C
Bhubaneswar

୨ ସପ୍ତାହ କୋମାରେ ରହିବା ପରେ ସୁସ୍ଥ ହେଲେ ଆମେରିକୀୟ ଯୁବତୀ; କହୁଛନ୍ତି ନ୍ୟୁଜିଲାଣ୍ଡର କିୱି ଭାଷା

ଲସଏଞ୍ଜେଲସ: ଜଣେ କୋମାରେ ରହିବାପରେ ତାଙ୍କ ମସ୍ତିଷ୍କ କାମ କରୁନଥିବା ଅଥବା ଦୀର୍ଘଦିନ କୋମାରେ ଥିବା ବ୍ୟକ୍ତିଙ୍କର ମସ୍ତିଷ୍କ ମୃତ ବୋଲି ଧରିନିଆଯାଏ । ତେବେ ଜଣେ କୋମା ଅବସ୍ଥାରୁ ସୁସ୍ଥ ହେବାପରେ ଜୀବନରେ ଆଦୌ ଜାଣିନଥିବା ଭାଷାରେ କଥାବାର୍ତ୍ତା କରିବା ବାସ୍ତବିକ ଆଶ୍ଚର୍ଯ୍ୟଜନକ । ଆମେରିକାରେ ଏହିଭଳି ଏକ ଘଟଣା ଘଟିଛି । ଆମେରିକାର ଲସଏଞ୍ଜେଲସର ଜଣେ ୨୪ ବର୍ଷ ବୟସ୍କା ଯୁବତୀ ସମର ଡିଆଜ ୨୦୨୦ ନଭେମ୍ବର ୨୫ ତାରିଖରେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ । ନିଜ କର୍ମକ୍ଷେତ୍ରକୁ ଘରକୁ ଫେରୁଥିବାବେଳେ ଏକ ଦ୍ରୁତଗାମୀ କାର ତାଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଗଲା । ତାଙ୍କ ଶରୀରରେ ଅନେକ ସ୍ଥାନର ଅସ୍ଥି ଭାଙ୍ଗିଯାଇଥିବା ଏବଂ ତାଙ୍କ ମସ୍କିଷ୍କରେ ଆଘାତ ଲାଗିଥିବା ଜଣାପଡିଲା । ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଆରମ୍ଭ ହେବାପରେ ସେ କୋମା ଅବସ୍ଥାକୁ ଚାଲିଗଲେ । ପ୍ରାୟ ଦୁଇ ସପ୍ତାହ କୋମାରେ ରହିବା ପରେ ତାଙ୍କର ଚେତା ଫେରିଲା । କିନ୍ତୁ ସେ ଦିନ କଣ ଘଟିଥିଲା, ତାହା ସେ ସଂପୂର୍ଣ୍ଣ ଭୁଲିଯାଇଥିଲେ । ପ୍ରଥମେ ପ୍ରଥମେ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ ଏବଂ କିଛି କହିପାରିନଥିଲେ । ପାଠପଢା ସମୟରେ ଭିନ୍ନକ୍ଷମଙ୍କ ପାଇଁ ଯେଉଁଭଳି ସାଙ୍କେତିକ ଅଙ୍ଗଭଙ୍ଗୀରେ ଭାବ ପ୍ରକାଶ କରାଯାଏ, ସେ ସେହିଭଳି କରିବା ଆରମ୍ଭ କରିଥିଲେ । ତାଙ୍କର କଣ୍ଠସ୍ୱର ଫେରିଆସିବାପରେ ସେ ଅନୁଭବ କଲେ ତାଙ୍କ ସ୍ୱରରେ ପରିବର୍ତ୍ତନ ଘଟିଛି ଏବଂ ଶବ୍ଦଗୁଡିକ ସେ ଠିକ ଭାବରେ ଉଚ୍ଚାରଣ କରିପାରୁନାହାନ୍ତି । ତାହାପରେ ତାଙ୍କୁ ଶବ୍ଦ କହିବା ଚିକିତ୍ସାରେ ରଖାଗଲା । ତାଙ୍କ କଥାଗୁଡିକ ଯେତେବେଳେ ସ୍ପଷ୍ଟ ଭାବରେ ଶୁଭିବା ଆରମ୍ଭ ହେଲା ସେତେବେଳେ ତାଙ୍କୁ ସେ କେଉଁ ଭାଷା କହୁଛନ୍ତି ଏବଂ ସେ କେଉଁଠାର ବାସିନ୍ଦା ବୋଲି ଚିକିତ୍ସକ ଓ ସେବିକାମାନେ ପ୍ରଶ୍ନକଲେ । ସେତେବେଳେ ଡିଆଜ ଅନୁଭବ କଲେ ଯେ ସେ ଭିନ୍ନ କିଛି ଭାଷା କହୁଛନ୍ତି, ଯାହାକୁ ବିଦେଶୀ ଭାଷାର ସିଣ୍ଡ୍ରୋମ ବୋଲି କୁହାଯାଏ । ସେବେଠାରୁ ସେ ଅନେକ ବିଦେଶୀ ଭାଷା କହିଚାଲିଛନ୍ତି । ବେଳେବେଳେ ସେ ଏକ ଭାଷାକୁ କିଛି ଘଣ୍ଟା ବା କିଛି ମାସ ପର୍ଯ୍ୟନ୍ତ କହୁଛନ୍ତି । ଏବେ ସେ ତାହା ଜାଣିପାରୁଛନ୍ତି । ଏପରିକି ସେ ବ୍ରିଟିଶ ଶବ୍ଦ, ଫରାସୀ ଶବ୍ଦ ଏବଂ ରୁଷୀୟ ଭାଷା ମଧ୍ୟ କହିଛନ୍ତି । ଏବେ ସେ ନ୍ୟୁଜିଲାଣ୍ଡ ଭାଷା କେବଳ କହୁଛନ୍ତି । ସେହି ଭାଷା ପୂର୍ବରୁ ସେ କେବେ ଜାଣିନଥିବାବେଳେ ତାଙ୍କଠାରେ ଏଭଳି ପରିବର୍ତ୍ତନକୁ ଦେଖି ସେ ନିଜେ ମଧ୍ୟ ଖୁସି ଅଛନ୍ତି ଏବଂ ସେହି ଭାଷାରେ କଥା କହିବେ ବୋଲି କହିଛନ୍ତି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories