www.samajalive.in
Saturday, December 6, 2025
15.1 C
Bhubaneswar

ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବିଜେଡିର ରଣହୁଙ୍କାର

ରେଙ୍ଗାଲିକ୍ୟାମ୍ପ : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ତଥା ଖାଉଟିମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ବିରୁଦ୍ଧରେ ଆଜି ବିଜୁ ଜନତା ଦଳ ମହିଳା ମାନଙ୍କ ଦ୍ଵାରା ହଜାର ହଜାର ସଂଖ୍ୟାରେ ବ୍ଲକ କାର୍ୟ୍ୟାଳୟ ଆଗରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ଦୀର୍ଘ ୯ ଘଣ୍ଟା ଧରି ଚାଲିଥିଲା ଗଣ ଧାରଣା। ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କେନ୍ଦ୍ର ସରକାରଙ୍କ ମନମୁଖୀ ଦରବୃଦ୍ଧିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଗରିବ ମାନଙ୍କ ପଇସା ତାଙ୍କ ଦେଇ ଲୋକଙ୍କୁ ମାଗଣା ଗ୍ୟାସ ଦିଆଯାଉଛି ବୋଲି କହି କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି, ହେଲେ ଲୋକେ ଗ୍ୟାସ କିଣୁଛନ୍ତି । ଆଜି ଗ୍ୟାସ ଦର୍ ଏତେ ବୃଦ୍ଧି ହେଲାଣି ଆଉ ଗ୍ୟାସ କିଣି ଏମାନେ ଜାଳିବା ତା ଦୂର କଥା କାଠ ଚୁଲି ବି ଆଉ ଜଳିବ କିଁ ନାହିଁ ତାହା ମଧ୍ୟ ସନ୍ଦେହରେ ରହିଛି । ଡିଜେଲ, ପେଟ୍ରୋଲ, ଖାଇବା ତେଲ ତଥା ଖାଉଟିର ଅତ୍ୟାବଶ୍ୟକ ସାମଗ୍ରୀ ଆଦିର ବୃଦ୍ଧି ଯୋଗୁଁ ଆଜି ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଏମିତି ବୃଦ୍ଧି ହୋଇ ଚାଲିଥିଲେ ଗରିବ ଲୋକଙ୍କ ଘରେ ଆଉ ଚୁଲି ଜାଳିବା ବି ବନ୍ଦ ହୋଇଯିବ । ଏତେ ଦାମ ଦେଇ କିଣି ଖାଇବାର କ୍ଷମତା, ସରକାରଙ୍କ ଗରିବ ସୀମାରେଖା ତଳେ ଥିବା ବ୍ୟକ୍ତିମାନେ କେବେହେଲେ ପାଇ ପାରିବେ ନାହିଁ।ଚାଷୀ ଭାଇଆନେ ବି ଚଢ଼ା ଦରରେ ଜିନିଷ ପତ୍ର କିଣିବାର କ୍ଷମତା ହରାଇ ବସିଛନ୍ତି। ଖରିଫ ଫସଲରେ ଧାନ ବିକ୍ରିରେ ଯେଉଁ ସମସ୍ୟା ଥିଲା ସେଥିରେ କୃଷକମାନେ ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି। ସେଥିରେ ପୁଣି ଧାର କରଜ କରି ରବି ଫସଲ କରିଛନ୍ତି। ତେବେ ଏହି ଦର ବୃଦ୍ଧିରେ ଜିନିଷ ପତ୍ର କିଣି ଖାଇବା ବା ଖୁଏଇବା ତାଙ୍କ ପାଇଁ ସମ୍ଭବ ନୁହେଁ। ତେଣୁ ଏସବୁ କୁ ଶୀଘ୍ର ସମାଧାନ କରିବା ପାଇଁ ଆଜି ବିଜେଡି ଏହି ଗଣ ଧାରଣା ଦେଇଛି। ଏହାସହ ଏହି ଧାରଣା ସ୍ଥଳରେ ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲ ଓ ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ ଙ୍କ ଉପସ୍ଥିତିରେ ବିଧାୟିକା ମହାମହିମ ରାଷ୍ଟ୍ରପତିଙ୍କୁ ଉପଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି।ଆସନ୍ତା ୫ରୁ ୭ତାରିଖ ମଧ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ପେଟ୍ରୋଲ ଟାଙ୍କି ସମ୍ମୁଖରେ ପ୍ରତିବାଦ ସଭା କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।ଦରଦାମ ନିୟନ୍ତ୍ରଣ କରାନଗଲେ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶାନୁସାରେ ବିଧାୟିକା କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ଧାରଣା ରେ ବିଜେଡି ରାଜ୍ୟ ମହିଳା ଉପ ସଭାପତି ସୁଜାତା ପଣ୍ଡା, ରାଜ୍ୟ ସମ୍ପାଦିକା କେ ସରସ୍ଵତୀ, ବ୍ଲକ ମହିଳା ସଭାପତି ଝରଣା କର୍ଣ୍ଣ, ବିଜୁ ଜିଲ୍ଲା ମହିଳା ସମ୍ପାଦିକା କବିତା ସାହୁ, ସାଧାରଣ ସମ୍ପାଦିକା ତିଳୋତ୍ତମା ମେହେର, ବ୍ଲକ ଅଧ୍ୟକ୍ଷା ରିତା ସାହୁ, ଏନ୍ଏସି ଅଧ୍ୟକ୍ଷା ଦୀପାଞ୍ଜଳୀ ଭୋରାସାଗେ, ଉପାଧ୍ୟକ୍ଷା ଜ୍ୟୋତିର୍ମୟୀ ଦାଶ, ସରପଞ୍ଚ ସୁବଳୟା ଭୁଏ, ଜ୍ୟୋତିର୍ମୟୀ ନାଏକ ପି ଏସ ଜୟନ୍ତୀ ମେହେର,  ପ୍ରଣତି ପ୍ରଧାନ, ଯୁବ ସଭାପତି ମଣ୍ଟୁ ପଣ୍ଡା, ସମ୍ପାଦକ ଖିରୋଜ୍ ନାଏକ, ବାରିକ୍ ସମାଜ ସମ୍ପାଦକ କାର୍ତ୍ତିକ ବାରିକ୍, ବ୍ଲକ କାର୍ୟ୍ୟକାରୀ ସଭାପତି ରଘୁ ବାରିକ୍, ଏନ୍ଏସି ସଭାପତି ଟଙ୍କ ଦାସ, ସତ୍ୟ ମିଶ୍ର, ଦୁର୍ୟ୍ୟୋଧନ ଗଡତୀଆ, ବନମାଳୀ ବରିହା, ମନୋଜ ପ୍ରଧାନ, ଗଣେଶ ସାହୁ, ସୁଶାନ୍ତ ମିଶ୍ର, ବଳଦେବ ସ୍ୱାଇଁ, ଏମ୍ ମାଲେସୁଙ୍କ ସମେତ ଶତାଧିକ ମହିଳା ଓ ଯୁବକ ସାମିଲ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories