www.samajalive.in
Sunday, December 7, 2025
23.1 C
Bhubaneswar

ଆମେରିକା : ଏବେ ୫-୧୧ ବର୍ଷ ପିଲାଙ୍କୁ ମଧ୍ୟ ମିଳିବ କରୋନା ଟିକା

ୱାଶିଂଟନ : ପିଲାମାନଙ୍କୁ କରୋନାରୁ ରକ୍ଷା କରିବା ପାଇଁ ଆମେରିକାର ଟୀକାକରଣ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି । ବର୍ତ୍ତମାନ ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ‘ଫାଇଜର’ ଦିଆଯିବ ଏବଂ ଏଥିପାଇଁ ଶୁକ୍ରବାର ଦିନ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ ) ମଧ୍ୟ ଅନୁମୋଦନ କରିଛି। ଏହା ସହିତ ଫାଇଫାଇଜର ପ୍ରଥମ ଟିକା ହୋଇପାରିଛି ଯାହା ଆମେରିକାର ପିଲାମାନଙ୍କୁ ଦିଆଯାଉଛି। ଏଥି ସହିତ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରଗୁଡ଼ିକ ଏହାକୁ ନେଇ ବୈଠକ କରିବେ। ଏହି ବୈଠକରେ ଟୀକାକରଣର ମାତ୍ରା କିପରି ଦିଆଯିବ ସେ ବିଷୟରେ ଆଲୋଚନା କରାଯିବ। ପ୍ୟାନେଲର ବୈଠକ  ବର୍ତ୍ତମାନ ନଭେମ୍ବର ୨ ଏବଂ ୩ ରେ ଡକାଯିବାର କାର୍ୟ୍ୟକ୍ରମ ରହିଛି। ଏହା ପରେ ସିଡିସି ନିର୍ଦ୍ଦେଶକ ରୋଚେଲ ଭାଲେନସ୍କି ପରାମର୍ଶଦାତାଙ୍କ ମାର୍ଗଦର୍ଶନରେ ଏଥିରେ ହସ୍ତାକ୍ଷର କରିବାର ଆବଶ୍ୟକତା ରହିଛି।
ଏଫଡିଏ ଅନୁମୋଦନ ପରେ, ଫାଇଜରକୁ ପଠାଇବାକୁ ଅନୁମତି ଦିଆଯାଇଛି । ଏହା ସହିତ ଫାଇଫାଇଜର ପ୍ରଥମ ଟିକା ହୋଇପାରିଛି ଯାହା ଆମେରିକାର ପିଲାମାନଙ୍କୁ ଦିଆଯାଉଛି। ଶିଶୁରୋଗ ବିଶେଷଜ୍ଞଙ୍କ କାର୍ୟ୍ୟାଳୟ, ଫାର୍ମାସି ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ତାଲିମ ନିଆଯିବ ଯାଦ୍ୱାରା ସିଡିସି ଅନୁମୋଦନ ପରେ ତୁରନ୍ତ ଟୀକାକରଣ ଆରମ୍ଭ ହୋଇପାରିବ।
ଛୋଟ ପିଲାମାନଙ୍କର ଟୀକାକରଣ ଆମକୁ ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ ନିକଟତର କରିବ: ଏଫଡିଏ
ଏଫଡିଏ ଅଧିକାରୀ ଜାନେଟ ଉଡକକ୍‍ କହିଛନ୍ତି , କୋଭିଡ -୧୯ ବିରୋଧରେ ଛୋଟ ପିଲାମାନଙ୍କୁ ଟୀକାକରଣ ଆମକୁ ସ୍ୱାଭାବିକ ଅବସ୍ଥାକୁ ଆଣିବ। ଟିକାର ସୁରକ୍ଷା ଓ ଏବଂ କାର୍ୟ୍ୟକାରିତା ସହିତ ଜଡିତ ତଥ୍ୟର ଆମର ବିସ୍ତୃତ ଏବଂ କଠୋର ମୂଲ୍ୟାଙ୍କନ ପିତାମାତା ଏବଂ ଅଭିଭାବକମାନଙ୍କୁ ଆଶ୍ୱସ୍ତ କରିବାରେ ସାହାଯ୍ୟ କରିବ ଯେ ଏହି ଟିକା ସେମାନଙ୍କ ପିଲାମାନଙ୍କ ପାଇଁ ଫଳପ୍ରଦ ହେବା ସହ ଆବଶ୍ୟକତା ପୂରଣ କରିବ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories