www.samajalive.in
Tuesday, December 9, 2025
15.1 C
Bhubaneswar

ପୁରୁଷ କ୍ରିକେଟ ଦଳର ମହିଳା କୋଚ; ସାରା ଟେଲରଙ୍କ ରେକର୍ଡ

ଲଣ୍ଡନ: ବିଶ୍ୱ କ୍ରିକେଟ ଇତିହାସରେ ଇତିହାସ ସୃଷ୍ଟି କରିଛନ୍ତି ଅନ୍ୟତମ ଶ୍ରେଷ୍ଠ ମହିଳା ୱିକେଟ ରକ୍ଷକ ସାରା ଟେଲର । ସେ ପ୍ରଥମ ମହିଳା କ୍ରିକେଟ ତାରକା ଭାବରେ ଇଂଲଣ୍ଡର ସସେକ୍ସ ପୁରୁଷ କ୍ରିକେଟ ଦଳର ବିଶେଷଜ୍ଞ କୋଚ ଭାବରେ ନିଯୁକ୍ତ ହେବାପରେ ଏବେ ଆବୁ ଧାବି କ୍ରିକେଟ ଦଳର ସହକାରୀ କୋଚ ଭାବରେ ମନୋନୀତ ହୋଇଛନ୍ତି । ନଭେମ୍ବର ୧୯ରୁ ଆରମ୍ଭ ହେଉଥିବା ଆବୁ ଧାବି ଟି୧୦ ପୁରୁଷ ଲିଗ୍‍ ପୂର୍ବରୁ ତାଙ୍କୁ ଏହି ନୂତନ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।
ଜଣେ ଅନ୍ୟତମ ଶ୍ରେଷ୍ଠ ୱିକେଟ ରକ୍ଷକ ଭାବରେ ବେଶ୍‍ ସୁନାମ ଅର୍ଜନ କରିଥିବା ଟେଲର ପ୍ରଥମ ମହିଳା ଭାବରେ ଏହି ଦାୟିତ୍ୱ ଗ୍ରହଣ କରିବା ସହିତ ରେକର୍ଡ କରିଛନ୍ତି । ଟେଲର ଆଶା ପ୍ରକାଶ କରିଛନ୍ତି ଯେ ଟି୧୦ ଲିଗ୍‍ ସହିତ ତାଙ୍କର ସଂପୃକ୍ତି ସମଗ୍ର ବିଶ୍ୱରେ ତରୁଣୀ ଓ ଯୁବତୀମାନଙ୍କୁ ଉତ୍ସାହିତ କରିବ । ୨୦୦୬ରେ କ୍ରିକେଟ ଖେଳିବା ଆରମ୍ଭ କରିଥିବା ୩୨ ବର୍ଷ ବୟସ୍କା ଟେଲର ୧୦ଟି ଟେଷ୍ଟ ମ୍ୟାଚ, ୧୨୬ ଏକଦିବସୀୟ ଏବଂ ୯୦ ଟି୨୦ ମ୍ୟାଚ ଖେଳିଛନ୍ତି । ୨୦୧୯ରେ ସେ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଅନ୍ୟ ତରୁଣୀ ଓ ଯୁବତୀମାନେ ତାଙ୍କ ପଦାଙ୍କ ଅନୁସରଣ କରିବା ଆଶା ସେ ରଖିଛନ୍ତି । ପୁରୁଷ ଦଳକୁ ତାଲିମ ଦେଉଥିଲେ ମଧ୍ୟ ସେ କେବେହେଲେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି ଏବଂ ତାଙ୍କୁ ମିଳିଥିବା ଚାଲେଞ୍ଜକୁ ସେ ଉପଭୋଗ କରିଛନ୍ତି ।
ଦୁଇଟି ଆଇସିସି ମହିଳା ବିଶ୍ୱକପ ବିଜୟୀ ହୋଇଥିବା ଟେଲର ଆଇସିସି ମହିଳା ଟି୨୦ ବିଶ୍ୱକପ ମଧ୍ୟ ହାସଲ କରିଛନ୍ତି ଏବଂ ଇଂଲଣ୍ଡ ପକ୍ଷରୁ ୨୨୬ ଥର ପ୍ରତିନିଧିତ୍ୱ କରିଛନ୍ତି । ସଂପ୍ରତି ସେ ଆବୁ ଧାବି କ୍ରିକେଟ ଦଳର ମୁଖ୍ୟ କୋଚ ପଲ୍‍ ଫାର୍ବ୍ରାସଙ୍କ ସହିତ ସହକାରୀ କୋଚ ଭାବରେ କାର୍ଯ୍ୟ କରିବେ । ଟିମ୍‍ ଆବୁ ଧାବିରେ କ୍ରିସ ବେଞ୍ଜାମିନ, ଡାନି ବ୍ରିଗସ, ଅହମଦ ଡାନିୟଲ, ଫିଡେଲ ଏଡୱାର୍ଡସ, ମହମ୍ମଦ ଫରାଜଉଦ୍ଦିନ, କ୍ରିସ ଗାୟଲେ, କଲିନ ଇନଗ୍ରାମ, ମର୍ଚ୍ଚାଣ୍ଟ ଡି ଲାଙ୍ଗେ, ଲିଆମ ଲିଭିଂଷ୍ଟୋନ, ଓବେଦ ମ୍ୟାକୟ, ରୋହନ ମୁସ୍ତାଫା, ନବିନ ଉଲ ହକ୍‍, ଫିଲ ସଲ୍ଟ ଏବଂ ପଲ ଷ୍ଟାର୍ଲିଂ ପ୍ରମୁଖ ରହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories