www.samajalive.in
Sunday, December 14, 2025
14.1 C
Bhubaneswar

କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ବନ୍ଧୁକ ସହ ଶୀକାରି ଗିରଫ

ହରଭଙ୍ଗା : ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟର ମାରଡା ବିଟ୍ ଅଂଚଳରୁ ବନ୍ୟପ୍ରାଣୀ ବିଭାଗ ବନ୍ଧୁକ ସହ ଜଣେ ଶୀକାରୀକୁ ଗିରଫ କରିଛି। ଗିରଫ ଶିକାରୀ ଜଣଙ୍କ ହେଉଛନ୍ତି ମାନସ ପ୍ରଧାନ(୪୫) । ତା’ ଘର ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ବଡ ବାଣପୁର ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ କୁଶଙ୍ଗ ବନ୍ୟପ୍ରାଣୀ ରେଞର ଶୀତଳପାଣି ସେକ୍ସନର ମାରଡା ଫରେଷ୍ଟ ବିଟ ଅଂଚଳରେ ମାନସ ପ୍ରଧାନ ଅନ୍ୟ ଜଣେ ସହଯୋଗୀ ଏକ ଚୋରା ଖେଞ୍ଚା ବନ୍ଧୁକରେ ଶୀକାର ଉଦ୍ୟମ କରୁଥିଲେ। ପରୀକ୍ଷା ମୂଳକଭାବେ ଗୋଟିଏ ଗୁଳି ଫୁଟାଇଥିଲେ। ଗୁଳି ଶଦ୍ଦ ଶୁଣି ପେଟ୍ରୋଲିଂ ଟିମ୍ ଏମାନଙ୍କ ପିଛା କରିବା ସହ ମାନସକୁ କାବୁ କରିଥିଲେ। ତା’ ପାଖରୁ ଏକ ଚୋରା ବନ୍ଧୁକ ସହ ଶିଶା, ବାରୁଦ ଭଳି ଗୁଳି ତିଆରି ସାମଗ୍ରୀ ଜବତ କରିଥିଲେ । ଏହି ଘଟଣାରେ କୁଶଙ୍ଗ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁକରି ଅଭିଯୁକ୍ତ ମାନସ ପ୍ରଧାନଙ୍କୁ କୋର୍ଟ ଚାଲାଣ କରିଥିବା ଶୀତଳପାଣି ଫରେଷ୍ଟର ଲକ୍ଷ୍ମୀନାରାୟଣ ପଣ୍ଡା ସୂଚନା ଦେଇଛନ୍ତି । ଅନ୍ୟ ଜଣେ ସହଯୋଗୀ ଫେରାର ଥିବା ସେ ସୂଚନା ଦେଇଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories