www.samajalive.in
Sunday, December 14, 2025
26.1 C
Bhubaneswar

ଦୋରଡ ପୂର୍ତ୍ତବିଭାଗ ରାସ୍ତା ଶୋଚନୀୟ

ଆଠଗଡ: ଆଠଗଡ ପୂର୍ତ୍ତବିଭାଗ ଅଧିନ ଦୋରଡ ଛକଠାରୁ ଦେଓପଡା ରାସ୍ତାର ଢେଙ୍କାନାଳ ସୀମା ପର୍ଯ୍ୟନ୍ତ ଥିବା ପ୍ରାୟ ୫୦୦ମିଟର ରାସ୍ତା ଖାଲଖମାରେ ପରିପୂଣ୍ଣ ର୍ ହୋଇ ଶୋଚନୀୟ ହୋଇପଡିଛି। ସେହି ରାସ୍ତାରେ ଯାତାୟତ କରୁଥିବା ପଥଚାରୀ ଓ ବାଇକ ଆରୋହୀଙ୍କ ପାଇଁ ରାସ୍ତାଟି ମରଣ ଯନ୍ତ୍ରା ପାଲଟି ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଦୋରଡ ପୋଖରୀ ନିକଟରେ ଗତ ବର୍ଷାଋତୁରେ ବନ୍ୟାଜଳ ଯୋଗୁଁ ରାସ୍ତାଟି ଖାଇଯିବା ସହ ସେଠାରେ ଏତେ ଖାଲଖମା ହୋଇଛି ଯେ ପ୍ରାୟ ପ୍ରତିଦିନ ବାଇକ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଦୋରଡ ଗ୍ରାମ ମଧ୍ୟ ଦେଇ ଯାଇଥିବା ଏହି ରାସ୍ତା ଦୀର୍ଘଦିନ ହେଲା ମରାମତି ବା ରକ୍ଷଣାବେକ୍ଷଣ ହୋଇନଥିବାରୁ ରାସ୍ତାର ଉଭୟପାର୍ଶ୍ବରେ ପିଚୁ ଉଠିଯାଇ ଖାଲମାନ ସୃଷ୍ଟି ହୋଇଛି। ଅଙ୍କାବଙ୍କା ଅଣଓସାରିଆ ଥିବା ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଗାଡିମଟର ଢେଙ୍କାନାଳ ଯିବା ଆସିବା କରିଥାନ୍ତି।

ରାସ୍ତାର ଏପରି ଶୋଚନୀୟ ଅବସ୍ଥା ଯୋଗୁଁ ଯାତ୍ରୀଙ୍କ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡିଥିବା ଏହି ରାସ୍ତା ପୂର୍ତ୍ତବିଭାଗ ଯନ୍ତ୍ରୀଙ୍କ ନଜରକୁ ଆସିପାରୁନଥିବା ଜଣାପଡୁଛି। ଢେଙ୍କାନାଳ ସଦର ବ୍ଲକର ଦେଓପଡା, ମାଣିପୁର ଓ ତାଳବରକୋଟ ଆଦି ଗ୍ରାମର ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟା ହେଉ ବା ବଜାରଘାଟ କରିବା ପାଇଁ ଆଠଗଡ ଉପରେ ନିର୍ଭରଶୀଳ ଥିବାରୁ ଏହି ରାସ୍ତାଟି ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ଆଠଗଡରୁ ଢେଙ୍କାନାଳ ଯାତାୟତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିବାରୁ ଏହାର ତୁରନ୍ତ ଉଚ୍ଚମାନର ନବୀକରଣ କରାଯିବାକୁ ଦାବି ହେଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories