www.samajalive.in
Sunday, December 14, 2025
16.1 C
Bhubaneswar

କଂଗ୍ରେସ ହେଉଛି ପେନସନଭୋଗୀ ପାରିବାରିକ ଦଳ- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ତୀବ୍ର ଆକ୍ଷେପ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, କଂଗ୍ରେସ ହେଉଛି ପେନସନଭୋଗୀ ପାରିବାରିକ ଦଳ ଏବଂ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଜଣେ ଯୁବରାଜ, ଯିଏ ନିଜ ପରିବାର ସ୍ଥିତି ସୁଦୃଢ କରିବାରେ ବ୍ୟସ୍ତ ଅଛନ୍ତି । କଂଗ୍ରେସର ନେତୃତ୍ୱ କିଏ ନେବେ ତାହା ଦଳ ସ୍ଥିର କରିବାକୁ ଅସମର୍ଥ । ସମାଜବାଦୀ ପାର୍ଟିର ମୁଖ୍ୟ ସୁହଲଦେବ ଭାରତୀୟ ସମାଜ ପାର୍ଟି ସହିତ ମଉରେ ପ୍ରାକ୍‌ ନିର୍ବାଚନୀ ମେଣ୍ଟ ସମ୍ପର୍କରେ ଘୋଷଣା କରିବା ପରେ ଉତ୍ତରପ୍ରଦେଶର ବିଜେପି ଦଳୀୟ ବ୍ୟାପାର ଦାୟିତ୍ୱରେ ଥିବା ଶ୍ରୀ ପ୍ରଧାନ ଏହା କହିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ଗୁରୁବାର ଦିନ ସେ ଏକ ଖବର ଦେଖୁଥିଲେ । ସେଥିରେ ଏକ ପରିବାରର ଯୁବରାଜ କହୁଛନ୍ତି ଯେ, ସେମାନେ ପଛୁଆ ବର୍ଗଙ୍କୁ ଏକତ୍ର କରୁଛନ୍ତି । ତେବେ ସେ ପଛୁଆ ବର୍ଗଙ୍କୁ ଏକତ୍ର କରୁଛନ୍ତି ଅଥବା ନିଜ ପରିବାରକୁ ସୁଦୃଢ କରୁଛନ୍ତି ତାହା ଶ୍ରୀ ପ୍ରଧାନ ତାଙ୍କୁ ପ୍ରଶ୍ନ କରିଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ମୋଦି ସରକାର କରିଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ପ୍ରକାଶ କରିବା ସହିତ କହିଛନ୍ତି ଯେ ପୂର୍ବ ସରକାରଗୁଡିକ ସମୟରେ ଅନୁସୂଚିତ ଜାତି, ଜନଜାତି ଆୟୋଗ ଗଠନ କରାଯାଇଥିଲା, କିନ୍ତୁ ଅନ୍ୟ ପଛୁଆ ବର୍ଗ ଆୟୋଗ ଗଠନ କରାଯାଇନଥିଲା । ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ପଛୁଆ ବର୍ଗ ଆୟୋଗକୁ ସାମ୍ବିଧାନିକ ସ୍ୱୀକୃତି ନିଶ୍ଚିତ କରିଥିଲେ । ଉତ୍ତର ପ୍ରଦେଶରେ ପୂର୍ବ ସରକାରମାନେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାରେ ବିଫଳ ହୋଇଥିବା ଦର୍ଶାଇ ଶ୍ରୀ ପ୍ରଧାନ କହିଥିଲେ, ଯଦି ଅପରାଧ ବୃଦ୍ଧିପାଏ ତେବେ ତାହାଦ୍ୱାରା ହେଉଥିବା କ୍ଷତି ଧନିକ ଗୋଷ୍ଠୀଙ୍କର ନୁହେଁ, ବରଂ ଗରିବଙ୍କର ହୋଇଥାଏ ।
ଇତିମଧ୍ୟରେ ମଉ ଠାରେ ବୁଧବାର ଦିନ ଆୟୋଜିତ ଏକ ସମାବେଶରେ ଏସପି ଏବଂ ଏସବିଏସପିର ନେତୃବୃନ୍ଦ ଗୋଟିଏ ମଞ୍ଚରେ ଉପସ୍ଥିତ ରହିବା ସହିତ ୨୦୨୨ ନିର୍ବାଚନରେ ବିଜେପିକୁ ପରାସ୍ତ କରିବାକୁ ପରସ୍ପର ସହିତ ହାତ ମିଳାଇବାକୁ ଘୋଷଣା କରିଥିଲେ । ମମତା ବାନାର୍ଜୀଙ୍କର ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ‘ଖେଲା ହୋବେ’ ସ୍ଲୋଗାନ ଆଧାରରେ ଅଖିଳେଶ କହିଥିଲେ ଯେ, ଉତ୍ତର ପ୍ରଦେଶରେ ‘ଖଦେଡା ହୋବେ’ । ଏଥିସହିତ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟରୁ ମୂଳପୋଛ ହୋଇଯିବ ବୋଲି କହିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories