www.samajalive.in
Saturday, December 13, 2025
21.1 C
Bhubaneswar

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୩ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କର କାର୍ଯ୍ୟକାଳ ୩ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ ତାଙ୍କୁ ଆରବିଆଇ ଗଭର୍ଣ୍ଣର ଭାବରେ ପୁନଃ ନିଯୁକ୍ତି ଦିଆଯାଇଥିବା ସରକାରୀ ବିଜ୍ଞପ୍ତିରେ କୁହାଯାଇଛି । ତାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନିଯୁକ୍ତି କ୍ଷେତ୍ରରେ ଗଠିତ କ୍ୟାବିନେଟ କମିଟି ଗୁରୁବାର ଅନୁମୋଦନ କରିଛି । ସୂଚନାଯୋଗ୍ୟ ଯେ ଶ୍ରୀ ଦାସ ୨୦୧୮ ଡିସେମ୍ବରରେ ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତାହା ପୂର୍ବରୁ ସେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଥିଲେ । କୋଭିଡ ମହାମାରୀର ଅର୍ଥନୀତି ଉପରେ ପଡିଥିବା ପ୍ରଭାବର ମୁକାବିଲା କରିବାକୁ ରିଜର୍ଭ ବ୍ୟାଙ୍କ ରେପୋ ରେଟ ରେକର୍ଡ ନିମ୍ନ ସ୍ତରକୁ ହ୍ରାସ କରିବା ସହିତ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପାଇଁ ବିପୁଳ ନଗଦ ଅର୍ଥ ଉପଲବ୍ଧ କରାଇଛି । ସଂପ୍ରତି ଅର୍ଥନୀତିର ପୁନରୁଦ୍ଧାର ଘଟୁଥିôବା ପରିପ୍ରେକ୍ଷୀରେ ଅତ୍ୟନ୍ତ ଢିଲା ଛାଡି ଦିଆଯାଇଥିବା ଆର୍ଥିକ ନୀତିକୁ ପୁନର୍ବାର ପୂର୍ବାବସ୍ଥାକୁୂ ଫେରାଇ ଆଣିବା ଉଦ୍ୟମ ହେଉଛି । ସେଥିପାଇଁ ଆରବିଆଇର ନେତୃତ୍ୱରେ ସ୍ଥିରତା ବଜାୟ ରଖିବା ଆବଶ୍ୟକ ହୋଇଥିବାରୁ ଶ୍ରୀ ଦାସଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା କୁହାଯାଉଛି । ତାଙ୍କ ନେତୃତ୍ୱରେ ଆରବିଆଇ ଆର୍ଥିକ ବଜାର ସହିତ ଅଧିକ ପ୍ରତ୍ୟକ୍ଷ ଭାବରେ ଜଡିତ ହୋଇଛି ଏବଂ ସେ ସମୁଦାୟ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ସିଧାସଳଖ ସମ୍ପର୍କ ସ୍ଥାପନ ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories