ଜାଣନ୍ତୁ, କ୍ଷୀର ସହ କେଉଁ ଖାଦ୍ୟ ଖାଇବା ଅନୁଚିତ୍‍

0

ପ୍ରାୟତଃ ପତଳା ଲୋକଙ୍କୁ ଓଜନ ବଢାଇବା ପାଇଁ କ୍ଷୀର ସହ କଦଳୀ ଖାଇବାକୁ ପରାମର୍ଶ ଦିଆଯାଇଥାଏ। କିଛି ଲୋକ କିଛି ନ ଭାବି ଏପରି କରିଥାନ୍ତି। କିନ୍ତୁ କିଛି ଏପରି ଖାଦ୍ୟ ଦ୍ରବ୍ୟ ରହିଛି ଯାହାକୁ କ୍ଷୀର ସହିତ ଖାଇବା ଉଚିତ ନୁହେଁ। ଆସନ୍ତୁ ଜାଣିବା କ୍ଷୀର ସହ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ..ଖଟା ଫଳ: କଦାପି କ୍ଷୀର ସହ ଖଟା ଫଳ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଖାଦ୍ୟ ପାଚନ ହେବାରେ ଅଧିକ ସମୟ ଲାଗିଥାଏ। ଏବଂ ବାନ୍ତି ମଧ୍ୟ ହୋଇଥାଏ।
ପାଉଁରୁଟି: ବେଳେବେଳେ କିଛି ବ୍ୟକ୍ତି କ୍ଷୀର ସହ ପାଉଁରୁଟି ଖାଇଥାନ୍ତି। କିନ୍ତୁ କ୍ଷୀର ସହ କେବେ ବି ପାଉଁରୁଟି ଖାଆନ୍ତୁ ନାହିଁ। କାରଣ କ୍ଷୀର ଏକ ପରିପୂରକ ଆହାର ଅଟେ।କଦଳୀ: କ୍ଷୀର ସହ କଦଳୀ ଖାଇବା ଅନୁଚିତ। ଏହାଦ୍ୱାରା କଫ ସମସ୍ୟା ସୃଷ୍ଟି ହୋଇଥାଏ। ଏକା ସହ ଏହା ଖାଇବା ଦ୍ୱାରା ପାଚନ ତନ୍ତ୍ରକୁ ଦୁର୍ବଳ କରିଥାଏ।
ମାଛ: ଭୁଲରେ କେବେ ବି କ୍ଷୀର ସହ ମାଛ ଖାଆନ୍ତୁ ନାହିଁ। ଏହାସହ ମାଛ ଖାଇ ସାରିବା ପରେ ମଧ୍ୟ କ୍ଷୀର ପିଅନ୍ତୁ ନାହିଁ। କୁହାଯାଇଥାଏ ଯେ, କ୍ଷୀର ଓ ମାଛ ଏକା ସହ ଖାଇବା ଦ୍ୱାରା ଶରୀରରେ ଧଳା ଦାଗ ସୃଷ୍ଟି ହୋଇଯାଏ।ଦହି: କ୍ଷୀର ସହ କେବେ ବି ଦହି ଖାଇବା ଉଚିତ ନୁହେଁ। ଏହାକୁ ଏକା ସହ ଖାଇବା ଦ୍ୱାରା ବାନ୍ତି ଓ ଏସିଡିଟି ପରି ସମସ୍ୟା ଦେଖା ଯାଇଥାଏ। ତେଣୁ ଦହି ଖାଇବାର ପାଖାପାଖି ଦେଢ ଘଣ୍ଟା ପରେ କ୍ଷୀର ପିଇବା ଉଚିତ।

Leave A Reply