www.samajalive.in
Sunday, December 7, 2025
18.1 C
Bhubaneswar

ଚୀନ ସେନାରେ ସାମିଲ ହେବାକୁ ତିବତ ନାଗରିକ ଅନାଗ୍ରହୀ

ନୂଆଦିଲ୍ଲୀ: ଚୀନ ସରକାର ଦେଶର ଉପକୂଳ ସମତଳ ଅଞ୍ଚଳର ନାଗରିକଙ୍କୁ ସୈନ୍ୟବାହିନୀରେ ନିଯୁକ୍ତିଦେଇ ସେମାନଙ୍କୁ ଉଚ୍ଚ ପାର୍ବତ୍ୟାଞ୍ଚଳରେ କାର୍ଯ୍ୟ କରିବା ନିମନ୍ତେ ଅଭ୍ୟସ୍ତ କରାଇବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏବେ ତିବତୀୟମାନଙ୍କୁ ଚୀନ ସେନାରେ ସାମିଲ କରିବାକୁ ଏକ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଶେଷକରି ଲଦାଖକୁ ଲାଗିଥିବା ତିବତ ଅଞ୍ଚଳର ଯୁବକଙ୍କୁ ଚୀନର ସୈନ୍ୟବାହିନୀ ଏବଂ ଅର୍ଦ୍ଧ ସାମରିକ ବାହିନୀରେ ନିଯୁକ୍ତି ଦେବାକୁ ସେମାନଙ୍କୁ ପ୍ରଲୋଭିତ କରାଯିବା ସହିତ ବିଭିନ୍ନ ଉପାୟରେ ଚାପ ପକାଯାଉଛି । ଏସବୁ ସତ୍ୱେ ତିବତ ନାଗରିକ ଏଥିପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି । ଲଦାଖକୁ ଲାଗିଥିବା ତିବତର ପଶ୍ଚିମ ଭାଗ ନାଗ୍ରିରେ ଚୀନ ପକ୍ଷରୁ ଏକ ସ୍ୱତନ୍ତ୍ର ଆଇନ କରାଯାଇଛି, ତାହା ହେଉଛି ପ୍ରତ୍ୟେକ ପରିବାରରୁ ଜଣେ ସେନା ଅଥବା ଅର୍ଦ୍ଧସାମରିକ ବାହିନୀରେ ଯୋଗଦେବେ । ସେଥିପାଇଁ ସେମାନଙ୍କୁ ଆକର୍ଷଣୀୟ ଷ୍ଟାଇପେଣ୍ଡ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ ପ୍ରଲୋଭନ ଦେଖାଯିବା ପରେ ମଧ୍ୟ ମାତ୍ର ୬୩ ଜଣ ତିବତୀୟ ଯୋଗଦେଇଛନ୍ତି । ଏପରିକି ବୌଦ୍ଧ ଧର୍ମର ଗୁରୁମାନଙ୍କୁ ଏହି ଯୁବକଙ୍କ ଉପରେ ଚାପ ପକାଇବାକୁ କୁହାଯାଉଛି । ଏହାବ୍ୟତୀତ ସିକିମକୁ ଲାଗିଥିବା ଚୁମ୍ବି ଉପତ୍ୟକାରୁ ମଧ୍ୟ ଯୁବବର୍ଗଙ୍କୁ ତାହାର ସୈନ୍ୟବାହିନୀରେ ନିଯୁକ୍ତି ପାଇଁ ବାଧ୍ୟ କରୁଛି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories