www.samajalive.in
Friday, December 12, 2025
14.1 C
Bhubaneswar

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ନେଟ୍‍ ଲାଭ ୨୫୦ କୋଟି ଟଙ୍କା

ମୁମ୍ବଇ: ରାଷ୍ଟ୍ରାୟତ୍ତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଗତ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକରେ ତାହାର ନେଟ୍‍ ଲାଭ ଉପାର୍ଜନରେ ୫୫% ବୃଦ୍ଧି ଲକ୍ଷ୍ୟ କରିବା ସହିତ ଏହା ୨୫୦ କୋଟି ଟଙ୍କାରେ ପହଞ୍ଚିଛି । ଗତ ଆର୍ଥିକ ବର୍ଷର ଏହି ସମୟରେ ବ୍ୟାଙ୍କ ୧୬୧ କୋଟି ଟଙ୍କା ନେଟ୍‍ ଲାଭ ଉପାର୍ଜନ କରିଥିଲା । ତେବେ ୨୦୨୧-୨୨ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକରେ ବ୍ୟାଙ୍କର ମୋଟ ଆୟ ହ୍ରାସପାଇ ୬,୫୦୩.୩୯ କୋଟି ଟଙ୍କା ହୋଇଛି, ଯାହା ବର୍ଷକ ପୂର୍ବରୁ ସେହି ସମୟରେ ୬୭୬୨.୩୬ କୋଟି ଟଙ୍କା ରହିଥିଲା । ବ୍ୟାଙ୍କ ପକ୍ଷରୁ ନିୟାମକ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରାଯାଇଥିବା ହିସାବ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକରେ ବ୍ୟାଙ୍କର ସୁଧ ବାବଦ ଆୟ ୫.୯୯% ବୃଦ୍ଧିପାଇ ୨୪୯୫ କୋଟି ଟଙ୍କା ହୋଉଛି, ଯାହା ପୂର୍ବ ତ୍ରୟମାସିକରେ ୨୩୫୪ କୋଟି ଟଙ୍କା ଥିଲା । ସେହିଭଳି ୨୦୨୦-୨୧ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷର ସେହି ସମୟରେ ନେଟ ସୁଧ ବାବଦ ଆୟ (ଏନଆଇଏମ) ୩.୨୧% ରୁ ୩.୩୬%କୁ ବୃଦ୍ଧିପାଇଛି ଏବଂ ଏଥିରେ ୧୫ ବେସିସ ପଏଣ୍ଟ ବୃଦ୍ଧି ପରିଲକ୍ଷିତ ହୋଇଛି । ବ୍ୟାଙ୍କ ସମ୍ପତ୍ତିର ମାନଗତ ଦୃଷ୍ଟିରୁ ନେଟ୍‍ ଅନାଦାୟ ଋଣ ପରିମାଣ (ଏନପିଏ) ୨୦୨୧ ସେପ୍ଟେମ୍ବର ୩୦ ସୁଦ୍ଧା ୪.୫୧%କୁ ହ୍ରାସପାଇଛି, ଯାହା ଗତବର୍ଷ ସେହି ସମୟ ମଧ୍ୟରେ ୫.୬୦% ରହିଥିଲା । ମୋଟ ଏନପିଏ ପରିମାଣ ୧୭.୩୬%ରୁ ୧୫.୫୨%କୁ ହ୍ରାସପାଇଛି । ଏଥିସହିତ ବ୍ୟାଙ୍କର ଜମା ବାବଦ ଖର୍ଚ୍ଚ ପୂର୍ବ ବର୍ଷ ତ୍ରୟମାସିକ ତୁଳନାରେ ଆଲୋଚ୍ୟ ତ୍ରୟମାସିକରେ ୪.୪୫%ରୁ ୩.୮୪%କୁ ହ୍ରାସପାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories