www.samajalive.in
Saturday, December 6, 2025
16.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଏହି ଶୀତଦିନିଆ ଖାଦ୍ୟ

ଶୀତଋତୁ ଆସିବା ସହିତ ଲୋକଙ୍କ ଜୀବନଶୈଳୀ ସଂପୂର୍ଣ୍ଣ ବଦଳିଯାଏ । ଶରୀରକୁ ଶୀତରୁ ରକ୍ଷା କରିବା ପାଇଁ ଲୋକମାନେ ପଶମ ପୋଷାକ ବ୍ୟବହାର କରନ୍ତି । ଏହା ସତ୍ତେ୍ୱ ଶୀତଦିନେ ମିଳୁଥିବା କିଛି ବିଶେଷ ଜିନିଷ ଆମକୁ ଶୀତରୁ ରକ୍ଷା କରିଥାଏ। ଏହି ଜିନିଷଗୁଡ଼ିକ କେବଳ ଆପଣଙ୍କ ଶରୀରକୁ ଉଷ୍ଣ ରଖିବ ନାହିଁ, ବରଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ଯୋଗାଇବ । ଏହି ସୁପରଫୁଡ୍ ଖାଇବା ଦ୍ୱାରା ଶୀତଦିନେ ଅସୁସ୍ଥ ହେବାର ସମ୍ଭାବନା ମଧ୍ୟ କମ୍ ଥାଏ ।
ଓଲ କୋବି –ଏଥିରେ ମିଳୁଥିବା ଏକ ଆଣ୍ଟିଅକ୍ସିଡାଣ୍ଟ ଯାହା କର୍କଟ ଭଳି ଗୁରୁତର ରୋଗର ଆଶଙ୍କା ହ୍ରାସ କରିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ବିଶେଷଜ୍ଞଙ୍କ ମତରେ ଏହାର ଶାଗ ହୃଦୟ ପାଇଁ ବେଶ ଲାଭଦାୟକ। ଏହା ଭିଟାମିନ୍-କେ ଏବଂ ଭିଟାମିନ୍-ଏ ର ଏକ ଉତ୍ତମ ଉତ୍ସ ।  ଏହା ହାଡକୁ ମଜବୁତ କରିଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି କରିଥାଏ ।
ଖଜୁରୀ –
ଖଜୁରୀରେ ଭିଟାମିନ ଏ, ଫାଇବର, ଆଇରନ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। କ୍ଷୀର ସହ ଖଜୁରୀର ସେବନ କଲେ ଶରୀର ସୁସ୍ଥ ରହିବା ସହ ହାଡ଼ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ। ଶୀତଦିନେ ଏହା ଶରୀରକୁ ଉଷ୍ଣ ରଖିଥାଏ।

ବାଦାମ – ଅଖରୋଟ : ଅଖରୋଟକୁ ପାଣିରେ ଭିଜାଇ ଖାଇବା ଦ୍ୱାରା ମୋଟା ପଣ ହ୍ରାସ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ପେଟରେ ବୃଦ୍ଧି ପାଉଥିବା ଚର୍ବିକୁ ଦୂର କରିଥାଏ।ବହୁ ଲୋକଙ୍କୁ ଭଲ ଭାବେ ନିଦ ହୋଇନଥାଏ। ଫଳରେ ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ। ଆପଣଙ୍କୁ ଯଦି ଭଲ ଭାବେ ନିଦ ହେଉ ନଥାଏ, ତେବେ ନିୟମିତ ପାଣି ଭିଜାଇ ଅଖରୋଟ ଖାଆନ୍ତୁ। ଏଥିରେ ଥିବା ମେଲାଟୋନିନ ନାମକ ତତ୍ତ୍ୱ କାରଣରୁ ଆପଣଙ୍କୁ ଭଲ ଭାବେ ନିଦ ହୋଇଥାଏ। ଏହାକୁ ପାଣିରେ ଭିଜାଇ ନିୟମିତ ଖାଇବା ଦ୍ୱାରା ହାଡ଼ ଶକ୍ତ ହୋଇଥାଏ।ଅଖରୋଟକୁ ନିୟମିତ ଖାଇବା ଦ୍ୱାରା ଏହା ଶରୀରରେ କର୍କଟ ରୋଗ ସୃଷ୍ଟି ହେବାକୁ ଦେଇନଥାଏ।

- Advertisement -

ବାଦାମ – ଏଭଳି ଅନେକ ଲୋକେ ରହିଛନ୍ତି, ଯେଉଁମାନଙ୍କର ପେଟ ଜନିତ ସମସ୍ୟା ରହିଛି, ଏସିଡିଟି, ପାଚନ ଜନିତ ସମସ୍ୟା ଦୂର ପାଇଁ ରାତିରେ ଅଳ୍ପ ପରିମାଣରେ ବାଦାମକୁ ପାଣିରେ ବତୁରାଇ ସକାଳେ ଏହାକୁ ଖାଆନ୍ତୁ । ଖୁବ ଲାଭଦାୟକ ହୋଇଥାଏ ।
କିଛି ଲୋକଙ୍କୁ ଅଣ୍ଟା ଓ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ରହିଛି । ଏଥିରୁ ମୁକ୍ତି ପାଇଁ ରାତିରେ ବାଦାମ ବତୁରାଇ ସକାଳେ ସାମାନ୍ୟ ଗୁଡ ସହ ଖାଆନ୍ତୁ । ବାଦାମ ରକ୍ତ ସଞ୍ଚାଳନରେ ମଧ୍ୟ ସହାୟକ ହୋଇଥାଏ । ଫଳରେ ହୃଦୟ ସୁସ୍ଥ ରହିବା ସହ ହୃଦୟ ଜନିତ ସମସ୍ୟା ସୃଷ୍ଟି ହୋଇନଥାଏ । ବତୁରାଇଥିବା ବାଦାମ ଖାଇବା ଦ୍ୱାରା ଆପଣ ସତେଜ ଅନୁଭବ କରିବେ । ଦିନଯାକ କାମ କରିବାକୁ ଆପଣଙ୍କୁ ଶକ୍ତି ମିଳିଥାଏ । ଶରୀରକୁ ଆବଶ୍ୟକ ପରିମାଣରେ ଏହା ଶକ୍ତି ଯୋଗାଇଥାଏ ।

କନ୍ଦମୂଳ (ମିଠା ଆଳୁ)  ; ଶୀତଦିନେ ସୁସ୍ଥ ଶରୀର ପାଇଁ କନ୍ଦମୂଳ କୌଣସି ଉପହାରଠାରୁ କମ୍ ନୁହେଁ ।  କନ୍ଦମୂଳ ଭିଟାମିନ୍-ଏ ଏବଂ ପୋଟାସିୟମର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ । ଏହାର ନିୟମିତ ବ୍ୟବହାର କୋଷ୍ଠକାଠିନ୍ୟ ଦୂର , ରୋଗ ପ୍ରତିରୋଧକ ଶକ୍ତି  ବୃଦ୍ଧି କରିଥାଏ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories