www.samajalive.in
Saturday, December 6, 2025
15.1 C
Bhubaneswar

କୀଟନାଶକ ଔଷଧ ଖାଇ ମହିଳା ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ରାବୁଗୁଡ଼ା ଗାଁର ବିଜୟ କୁନାକାଙ୍କ ସ୍ତ୍ରୀ ସୁକାନ୍ତି କୁନାକା(୨୦)ଙ୍କର କୀଟନାଶକ ଔଷଧ ଖାଇ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଜଣାପଡିଛି ।

ସ୍ୱାମୀ ବିଜୟଙ୍କ କହିବା ଅନୁଯାୟୀ, ଗତକାଲି ବିଜୟ ସାଙ୍ଗମାନଙ୍କ ସହିତ ମିଶି ନିଶା ସେବନ କରି ଅପରାହ୍ନରେ ଘରକୁ ଆସିଥିଲେ। ଏହାପରେ ସ୍ତ୍ରୀ ସୁକାନ୍ତି ଓ ସ୍ୱାମୀ ବିଜୟଙ୍କ ମଧ୍ୟରେ ବଚସା ହୋଇଥିଲା । ସ୍ବାମୀ ବିଜୟ ବାହାରକୁ ଆସିବା ବେଳେ ସ୍ତ୍ରୀ ସୁକାନ୍ତି ଘରେ ରଖା ଯାଇଥିବା କପାରେ ପକାଇବା କୀଟନାଶକ ଔଷଧ ସେବନ କରିଥିଲେ । କୀଟନାଶକ ଔଷଧ ଖାଇ ସୁକାନ୍ତି ଛୋଟ ପଟ ହେଉଥିବା ବେଳେ ସ୍ୱାମୀ ଘରକୁ ଆସି ଦେଖି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ ଗ୍ରାମବାସୀ ମିଳିତରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ସୁକାନ୍ତିଙ୍କ ପିତା ଥାନାରେ ଏତଲା ଦେଇଥିଲେ । ଏତଲାକୁ ନେଇ ଥାନା ଏଏସଆଇ ଦେବେନ୍ଦ୍ର କୁମାର ସାହୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି । ଶବ ବ୍ୟବଚ୍ଛେଦ କରି ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି । ବିଜୟ ଧାମୁଣିପଙ୍ଗା ପଞ୍ଚାୟତର ଗୁଗୁରୁମାଣ୍ଡି ଗାଁର ସୁକାନ୍ତିଙ୍କୁ ପ୍ରେମ କରି ୬ ମାସ ହେବ ବିବାହ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories