www.samajalive.in
Tuesday, December 9, 2025
26.1 C
Bhubaneswar

୧୯୭ ରାଷ୍ଟ୍ରର ଜାତୀୟ ପତାକା ଧରି ୨୮୦୦ କିଲୋମିଟର ଚାଲି ଚାଲି ଯାତ୍ରା: ଟିକାକରଣ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ

ନୂଆଦିଲ୍ଲୀ: କୋଭିଡ ମହାମାରୀକୁ ସଂପୂର୍ଣ୍ଣ ପରାସ୍ତ କରିବାକୁ ହେଲେ କୋଭିଡ କଟକଣା ପାଳନ ସହିତ ଟିକାକରଣ ଜରୁରୀ । ଜନସାଧାରଣଙ୍କୁ ଏହି କଥା ବୁଝାଇ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜଣେ ଯବାନ ଆରମ୍ଭ କରିଛନ୍ତି ଏକ ଅଭିନବ ପ୍ରୟାସ । ଏକ ଟ୍ରଲିରେ ୧୯୭ ରାଷ୍ଟ୍ରର ଜାତୀୟ ପତାକା ଲଗାଇ ତାହାକୁ ଟାଣି ଟାଣି ସେ ଚାଲି ଚାଲି ରାସ୍ତାରେ ଯାଉଛନ୍ତି । ବାଟରେ ଯାହାକୁ ଦେଖୁଛନ୍ତି ସେମାନଙ୍କୁ କୋଭିଡ ଟିକାକରଣର ପ୍ରଭାବୀ ଦିଗ ସମ୍ପର୍କରେ ସଚେତନ କରାଉଛନ୍ତି ।
ଏହି ଯବାନଙ୍କ ନାମ ବାଲମୁରୁଗାନ । ୨୦୦୮ରେ ସେ ଭାରତୀୟ ସେନାରେ ଜଣେ ଯବାନ ଭାବରେ ଯୋଗଦେଇଥିଲେ । କରୋନା ମହାମାରୀର ଦ୍ୱିତୀୟ ଲହର ଦେଶରେ ଭୟାନକ ପରିସ୍ଥିତି ସୃଷ୍ଟି କରିବାପରେ ଏହାର ଉଚିତ ମୁକାବିଲା ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସ୍ଥିର କରିଥିଲେ ବାଲମୁରୁଗାନ । ସେଥିପାଇଁ ଅକ୍ଟୋବର ୧୬ରୁ ସେ ନିଜର ଯାତ୍ରା ଆରମ୍ଭ କରିଛନ୍ତି । କୋଭିଡ ମୁକାବିଲା ନିମନ୍ତେ ଦେଶର ପ୍ରଧାନମନ୍ତ୍ରୀ, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଡାକ୍ତର, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ କର୍ମଚାରୀ ଆଦି ଯେଉଁମାନେ ଗତ ଦେଢବର୍ଷ ଧରି ନିରଳସ ଭାବରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ମଧ୍ୟ ଏହାଦ୍ୱାରା ସେ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିପାରିବେ ବୋଲି କହିଛନ୍ତି ଏହି ଯବାନ । ତାଙ୍କର ଯାତ୍ରା ରାମେଶ୍ୱରମରୁ ଆରମ୍ଭ ହୋଇଛି ଏବଂ ଅଯୋଧ୍ୟାରେ ଶେଷ ହେବ । ତିନିମାସ ମଧ୍ୟରେ ସେ ନିଜର ସଚେତନତା ଯାତ୍ରା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories