କଲ୍ୟାଣ କୁମାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିଯୁକ୍ତ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କଲ୍ୟାଣ କୁମାର ନିଯୁକ୍ତି ପାଇଛନ୍ତି । ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ କଲ୍ୟାଣଙ୍କର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ୨୬ ବର୍ଷର ଅଭିଜ୍ଞତା ରହିଛି । ସେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ତିନିବର୍ଷ ପାଇଁ ଅଥବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ । ପୁସାସ୍ଥିତ ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା କଲ୍ୟାଣ କୁମାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କର୍ସର ଜଣେ ପ୍ରମାଣିକୃତ ସହଯୋଗୀ ସଦସ୍ୟ ଅଟନ୍ତି ଏବଂ ବାଣିଜ୍ୟିକ ଅର୍ଥଲଗାଣ, ଆଇଟି ନିରାପତ୍ତା, କେୱାଇସି-ଏଏମଏଲ କ୍ଷେତ୍ରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ଆଣ୍ଡ ଫାଇନାନ୍ସରୁ ପ୍ରମାଣପତ୍ର ହାସଲ କରିଛନ୍ତି । ସେ ୧୯୯୫ରେ ଜଣେ ଗ୍ରାମ୍ୟ ବିକାଶ ଅଧିକାରୀ ଭାବରେର ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ନିଯୁକ୍ତି ପାଇଥିଲେ । ଏହାପରେ ବ୍ୟାଙ୍କର ବିଭିନ୍ନ ପଦ ପଦବୀରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି ।

Comments are closed.